ଏସ୍‌ସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

ଏସ୍‌ସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ କରାଯାଇଛି। କାର୍ଡିଓଥୋରାସିସ ବିଭାଗର ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ ଏହି ସର୍ଜରୀକୁ ବନ୍ଦ କରାଯାଇଛି। ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଅକ୍ସିଜେନ୍‌ ପାଇପ୍‌ରେ ଲିକ୍ ଯୋଗୁ କାର୍ଡିଓଥୋରାସିସ ବିଭାଗର ଆଇସିୟୁ ଓ ଓଟିକୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି। ଏହା ସହିତ ଆଡ୍‌ମିଟ୍ ହୋଇଥିବା ଗୁରୁତର ରୋଗୀଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅକ୍ସିଜେନ୍ ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

The post ଏସ୍‌ସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ appeared first on Odisha Reporter.



from Odisha Reporter https://ift.tt/33bmZPX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages