ମୁମ୍ବାଇ: ରିପବ୍ଲିକ୍ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି। ଏହାରି ଭିତରେ ଅର୍ଣ୍ଣବ ଏକ ଚକିତ କଲା ଭଳି ବୟାନ ଦେଇଛନ୍ତି। 4 ଦିନ ଧରି ବିଚାର ବିଭାଗୀୟ ହେପାଜତରେ ରହିବା ପରେ ରବିବାର ତାଙ୍କୁ ଆଲିବାଗର କ୍ୱାରେଣ୍ଟାଇନ୍ ସେଣ୍ଟରରୁ ତାଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଛି।
ଏହା ସହିତ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଅର୍ଣ୍ଣବ ତଥା ରିପବ୍ଲିକ ଟିଭିର ସାମ୍ବାଦିକମାନଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେବାରେ ଲାଗିଛି। ଏହାକୁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ରିପବ୍ଲିକ୍ ଟିଭି ପକ୍ଷରୁ କୁହାଯାଉଛି।
ରବିବାର ଅର୍ଣ୍ଣବଙ୍କୁ ତାଲୋଜେ ଜେଲ ପଠାଇବା ବେଳେ ସେ କହିଛନ୍ତି ଯେ, ତାଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କ ଜୀବନ ପ୍ରତି ବିପଦ ରହିଛି।
ସେ କହିଛନ୍ତି ଯେ, “ମୋ ଓକିଲଙ୍କ ସହ ମଧ୍ୟ ମୋତେ ଭେଟିବାକୁ ଦିଆଯାଉନାହିଁ। ସକାଳେ ଧକା ମାରିବା ସହ ପିଟିଥିଲେ। ମୋତେ ସକାଳ 6ଟା ବେଳେ ଉଠାଇଲେ। ମୋତେ କହିଲେ ଓକିଲ ସହ କଥା ହେବାକୁ ଅନୁମତି ଦେବେ ନାହିଁ। ଦେଶବାସୀଙ୍କୁ କହିଦିଅନ୍ତୁ ଯେ, ମୋ ଜୀବନ ପ୍ରତି ବିପଦ ରହିଛି।”
“My life is under threat. My life is under threat. Not being allowed to speak to lawyers. They assaulted me this morning. Woke me up at 6am, said I can’t speak to my lawyers. Please tell people of India my life is under threat”: ARNAB GOSWAMI #LIVE https://t.co/RZHKU3wOei pic.twitter.com/45DZ9KNaUm
— Republic (@republic) November 8, 2020
ଅର୍ଣ୍ଣବ ବାରମ୍ବାର ତାଙ୍କ ଜୀବନ ପ୍ରତି ବିପଦ ଥିବା କହି କୋର୍ଟଙ୍କୁ ସାହାଯ୍ୟ ମାଗିଛନ୍ତି। ଓକିଲଙ୍କ ସହ ଆଲୋଚନା କରିବା ନେଇ କହିବାକୁ ଜେଲର ତାଙ୍କୁ ପିଟିଥିଲେ ବୋଲି ଅର୍ଣ୍ଣବ କହିଛନ୍ତି। ପୁଲିସର କଡ଼ା ସୁରକ୍ଷା ବଳୟ ଭିତରେ ଭ୍ୟାନରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପେସାଦାର କଏଦୀଙ୍କ ଭଳି ଆଲିବାଗ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ତଲୋଜା ଜେଲ ସ୍ଥାନାନ୍ତର କରାଯାଇଛି। ଏତିକି ବେଳେ ପୁଲିସ ଭ୍ୟାନରୁ ଚିଲ୍ଲେଇ ଚିଲ୍ଲେଇ ଅର୍ଣ୍ଣବ ନିଜ ବୟାନ ଦେବାକୁ ଚେଷ୍ଟା କରିଥିଲେ।
The post ‘ମୋ ଜୀବନକୁ ବିପଦ ଅଛି, ମୋତେ ଏମାନେ ପିଟିଛନ୍ତି’ appeared first on Odisha Reporter.
from Odisha Reporter https://ift.tt/3k8QkjK
No comments:
Post a Comment