ପାଟନା: କୋଭିଡ କଟକଣା ଭିତରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଚାଲିଛି। ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ରହିଛି। ପଛରେ ରହିଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ। ତେବେ ଦୁଇ ମେଣ୍ଟ ମଧ୍ୟରେ ସେତେଟା ବ୍ୟବଧାନ ନାହିଁ। ସକାଳ ୧୦ଟା ସୁଦ୍ଧା ଏନଡିଏ ୧୦୮ଟି ଆସନରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ୧୦୮, ଏଲଜେପି ୭ ଏବଂ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ରହିଛନ୍ତି। ବହୁମତ ପାଇଁ ୧୨୨ ରହିଛି ମ୍ୟାଜିକ ନମ୍ୱର।
ଏନଡିଏରୁ ବିଜେପି ୫୯ଟି, ଜେଡିୟୁ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ଆରଜେଡି ଏକାକୀ ୭୨ ଏବଂ କଂଗ୍ରେସ ମାତ୍ର ୨୫ଟି ଆସନରେ ଆଗୁଆ ରହିଛି।
ଏକଜିଟ୍ ପୋଲର ରିପୋର୍ଟ ଅନୁଯାୟୀ ବିହାରରେ ମହାମେଣ୍ଟକୁ ବହୁମତ ମିଳିବ। ତେବେ ଜେଡିୟୁ ଓ ବିଜେପି କହିଛନ୍ତି ଏନଡିଏ ବିହାରରେ ନୀତୀଶଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଢ଼ିବ।
The post ଦିନ ୧୦ଟା ସୁଦ୍ଧା ଏନଡିଏ-ମହାମେଣ୍ଟ ସମାନ ସମାନ, ଏଲଜେପି ହେବ କିଙ୍ଗ୍ ମେକର! appeared first on Odisha Reporter.
from Odisha Reporter https://ift.tt/32u8VAG
No comments:
Post a Comment