ହନୁମାନ ମନ୍ଦିରରେ କମଲନାଥ, ସରକାର ବଞ୍ଚାଇ ପାରିବେ ତ ଶିବରାଜ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ହନୁମାନ ମନ୍ଦିରରେ କମଲନାଥ, ସରକାର ବଞ୍ଚାଇ ପାରିବେ ତ ଶିବରାଜ?

ଭୋପାଲ: ମଧ୍ୟପ୍ରଦେଶରେ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ସକାଳୁ ସକାଳୁ ଆରମ୍ଭ ହୋଇଛି ଭୋଟ ଗଣତି। କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଆଶା ରଖିଥିବା ବେଳେ ବିଜେପି ମଧ୍ୟ କ୍ଷମତା ବଜାୟୀ ରଖିବ ବୋଲି ଦୃଢ଼ୋକ୍ତି ପ୍ରକାଶ ପାଇଛି।

୨୮ଟି ଆସନରୁ ​​ବିଜେପି ୧୫ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୮ଟି ଆସନରେ ଆଗୁଆ ରହିଛି। ତେବେ କଂଗ୍ରେସ ନେତା କମଲ ନାଥ କହିଛନ୍ତି ଦଳ ବିଜୟୀ ହେବ। ଟାଇମ୍ସ ନାଓକୁ ପ୍ରତିକ୍ରିୟା ଦେବା ବେଳେ କମଲନାଥ କହିଛନ୍ତି କିଛି ଘଣ୍ଟାରେ ଫଳାଫଳା ବଦଳିଯିବ।

ଭୋଟ ଗଣତି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଆଜି କମଲା ପାର୍କରସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ବିବେକ ତନଖା ଏବଂ ପୁଅ ନକୁଲ ନାଥ ମଧ୍ୟ ଥିଲେ। ମଧ୍ୟପ୍ରଦେଶରେ ୨୮ଟି ଆସନରୁ ଦୁଇଟି ଆସନରେ ବିଏସପି ଆଗୁଆ ରହିଛି। ମୋରେନା ଏବଂ ପୋହରୀ ଆସନରୁ ବିଏସପି ଆଗୁଆ ରହିଛି।

କ୍ଷମତାରେ ରହିବାକୁ ହେଲେ ବିଜେପିକୁ ୨୮ଟି ଆସନରୁ ୮ଟି ଆସନରେ ବିଜୟୀ ହେବାକୁ ହେବ। ତେବେ ଏହାରି ଭିତରେ କଂଗ୍ରେସର ଅନ୍ୟ ଜଣେ ବିଧାୟକ ଦଳ ପରିବର୍ତ୍ତନ କରିବାରୁ ମଧ୍ୟପ୍ରଦେଶ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୨୨୯ କୁ ଖସି ଆସିଛି। ୨୩୦ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧୬ ଥିଲା ମ୍ୟାଜିକ ନମ୍ୱର, ଏବେ ୧୧୫କୁ ଖସି ଆସିଛି। ମଧ୍ୟପ୍ରଦେଶ ରାଜନୀତିରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆସନରେ ଉପ ନିର୍ବାଚନ ହେଉଛି।

The post ହନୁମାନ ମନ୍ଦିରରେ କମଲନାଥ, ସରକାର ବଞ୍ଚାଇ ପାରିବେ ତ ଶିବରାଜ? appeared first on Odisha Reporter.



from Odisha Reporter https://ift.tt/3n9GMad

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages