ଟ୍ରକ୍‌କୁ ପିଟିଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଆନନ୍ଦପୁର(ମୁନା ସିଂ):  କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଏହି ଘଟଣାରେ ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଖରାପ ହୋଇଯାଇଥିବାରୁ ୨ ହେଲପର ତାହାକୁ ଠିକ୍‌ କରୁଥିଲେ। ଉକ୍ତ ସମୟରେ ଦ୍ରୁତ ଗତିରେ ପଛରୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍‌ ଉକ୍ତ ୨ ହେଲପର୍‌ଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର ହୋଇଯାଉଥିବା ବେଳେ ଖବର ପାଇ ଘସିପୁରା ପୁଲିସ୍‌ ବେଲବାହାଳି ନିକଟରୁ ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଗିରଫ କରିଛି।

ମୃତକ ଦୁଇ ଟ୍ରକ ହେଲପର୍‌ଙ୍କ ଘର ଆନନ୍ଦପୁରର ଜୋକନାଳି ଅଞ୍ଚଳରେ ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କ ପରିଚୟ ଜଣାପଡିନାହିଁ ।

The post ଟ୍ରକ୍‌କୁ ପିଟିଲା ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/34MlMjf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages