ମା’ ହେଲେ ଅମ୍ରିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ମା’ ହେଲେ ଅମ୍ରିତା

ମୁମ୍ୱାଇ: ମା’ ହେଲେ ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓ । ଗତକାଲି ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।  ଅମ୍ରିତାଙ୍କ ସମ୍ପର୍କୀୟ କହିଛନ୍ତି  ଏବେ ଉଭୟ ଅମ୍ରିତା ଓ ତାଙ୍କ ନବଜାତ ପୁଅ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଦେଇଛନ୍ତି ଅମ୍ରିତା ଏବଂ ତାଙ୍କ ସ୍ୱାମୀ ରେଡିଓ ଜୋକି ଅନମୋଲ୍।

ବଲିଉଡର ସୁପରହିଟ୍ ଫିଲ୍ମ ‘ବିବାହ’ର ହିରୋଇନ୍ ଅମ୍ରିତା ୨୦୧୬ ମସିହାରେ ଅନମୋଲଙ୍କୁ ବିବାହ କରିଥିଲେ। ପାଖାପାଖି ୭ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଶେଷରେ ୨୦୧୬ରେ ଉଭୟ ପରସ୍ପରକୁ ଜୀବନସାଥୀ କରି ନେଇଥିଲେ । ଗର୍ଭବତୀ ଥିବା ନେଇ ଅମ୍ରିତା ଗତ ମାସ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ।

ବଲିଉଡ ଫିଲ୍ମ ‘ମେଁ ହୁଁ ନା’, ‘ବିବାହ’ ଆଦି ଫିଲ୍ମ ପାଇଁ ସେ ଖୁବ୍‌ ଲୋକପ୍ରିୟ ହୋଇଥିଲେ। ବିବାହ ଫିଲ୍ମ ପାଇଁ ସେ ଦାଦାସାହେବ ଫାଲକେ ଆଓ୍ୱାର୍ଡ ପାଇଥିଲେ। ଅନ୍ତିମ ଥର ପାଇଁ ୨୦୧୯ରେ ‘ଠାକରେ’ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା।

The post ମା’ ହେଲେ ଅମ୍ରିତା appeared first on Odisha Reporter.



from Odisha Reporter https://ift.tt/3jPLqba

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages