ପାଟଣାଗଡ ହତ୍ୟା ଘଟଣା; ସମ୍ପର୍କୀୟଙ୍କୁ ପଚରାଉଚରା କରିବ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ପାଟଣାଗଡ ହତ୍ୟା ଘଟଣା; ସମ୍ପର୍କୀୟଙ୍କୁ ପଚରାଉଚରା କରିବ ପୁଲିସ୍‌

ବଳାଙ୍ଗିର(ମନୋରଞ୍ଜନ ଯୋଶୀ):  ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ଅତି ନିର୍ମମ ଭାବେ  ହତ୍ୟା ଘଟଣା ଗତକାଲି ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବିହାରର ବୁଲୁ ଜାନୀ, ତାଙ୍କ ପତ୍ନୀ  ଓ ୪ ସନ୍ତାନଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ମରଣ ମୁହଁକୁ ଠେଲି ଦେଇଥିବା ବେଳେ ଏହି ଘଟଣାର ଖିଅ ଖୋଜୁଛି ପୁଲିସ୍‌ । ଚୁଡ଼ି ଓ ମହୁ ବିକି ପରିବାର ପୋଷୁଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ମୂଳପୋଛ କରିବା ପାଇଁ କିଏ  ଓ କାହିଁକି ଏପରି ଅମାନବୀୟ କାଣ୍ଡ ଘଟାଇଥଲା, ସେ ନେଇ ତଦନ୍ତ କରୁଛି ପୁଲିସ୍‌।

ପରିବାର ସଦସ୍ୟଙ୍କ ମୃତ୍ୟୁ ଖବର ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ମୃତକଙ୍କ ଦୁଇ ପୁଅ ଓ ସମ୍ପର୍କୀୟ ପାଟଣାଗଡ ଥାନାରେ ପହଞ୍ଚିଥିବା ଜଣାଯାଇଛି।ସେମାନଙ୍କୁ ପଚରାଉଚରା କରିବା ପରେ ଏନେଇ ଅଧିକ କିଛି ଖୁଲାସା ନେଇ ଆଶା ରଖିଛି ପୁଲିସ୍‌ । ପୂର୍ବରୁ କାହା ସହିତ ପରିବାରର ଶତ୍ରୁତା ଥିଲା କିମ୍ବା ହତ୍ୟା ପଛର ଆଉ କିଛି କାରଣ ରହିଛି, ଏସବୁ ସମ୍ପର୍କୀୟଙ୍କ ନିକଟରୁ ପୁଲିସ୍‌ ପଚାରି ଅପରାଧି ନିକଟରେ ପହଞ୍ଚିବା ଆଶା ରଖିଛି।

ସୂଚନାଯୋଗ୍ୟ, ମୃତକଙ୍କ ମଧ୍ୟରେ ଅଛନ୍ତି ଘରର ମୁରବୀ କୁହାଯାଉଥିବା ୫୦ ବର୍ଷୀୟ ବୁଲୁ ଜାନୀ, ୩୮ ବର୍ଷୀୟା ପତ୍ନୀ ଜ୍ୟୋତି, ୧୨ ବର୍ଷୀୟା ଝିଅ ସରିତା, ୩ ବର୍ଷର ଝିଅ ଶ୍ରୀୟା, ୫ ବର୍ଷୀୟ ପୁଅ ଭୀଷ୍ମ ଏବଂ ୨ ବର୍ଷୀୟ ପୁଅ ସଂଜୀବ। ଏମାନେ ମୂଳତଃ ବିହାରର, କିନ୍ତୁ ପ୍ରାୟ ୧୦ ବର୍ଷ ହେଲାଣି ପାଟଣାଗଡ଼ରେ ସ୍ଥାୟୀ ଭାବେ ରହିଆସିଛନ୍ତି। ବୁଲୁ ମହୁ ଓ ଚୁଡ଼ି ବିକ୍ରି କରି ପେଟପାଟଣା କରନ୍ତି।

ଗତକାଲି ସକାଳ ପ୍ରାୟ ୧୦ଟା ଯାଏଁ ଘରୁ କେହି ନବାହାରିବାରୁ ସନ୍ଦେହ କରି ଘରେ ପଶିଥିଲେ ପଡୋଶୀ। ଆଉ କମ୍ବଳ ଘୋଡା ହୋଇ ରକ୍ତରଂଜିତ ଅବସ୍ଥାରେ ମୃତଦେହ ପଡ଼ିଥିବା ପୁଲିସ୍ ଦେଖି ଜଣାଇଥିଲେ। ତେବେ ହତ୍ୟାକାଣ୍ଡ ପଛର ଅସଲ କାରଣ କଣ ? ତେବେ କିଏ ? କାହିଁକି ଓ କେମିତି ହତ୍ୟା କଲା ଏମାନଙ୍କୁ, ନା ସ୍ପଷ୍ଟ ଚିତ୍ର ମିଳିପାରୁଛି ନା କୌଣସି ପ୍ରମାଣ ସାମ୍ନାକୁ ଆସିଛି।

The post ପାଟଣାଗଡ ହତ୍ୟା ଘଟଣା; ସମ୍ପର୍କୀୟଙ୍କୁ ପଚରାଉଚରା କରିବ ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/35pfiaG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages