ଶୁଟିଂ ଦେଖୁଥିଲେ, ସତ୍ୟଜିତଙ୍କ କଥା ଶୁଣି ଚମକି ପଡ଼ିଥିଲେ ସୌମିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ଶୁଟିଂ ଦେଖୁଥିଲେ, ସତ୍ୟଜିତଙ୍କ କଥା ଶୁଣି ଚମକି ପଡ଼ିଥିଲେ ସୌମିତ୍ର

କୋଲକାତା: ବର୍ଷୀୟାନ ବଙ୍ଗାଳୀ ଅଭିନେତା ସୌମିତ୍ର ଚାଟାର୍ଜୀ ଆଉ ନାହାନ୍ତି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଆଜି ମଧ୍ୟାହ୍ନ 12.15ଟା ବେଳେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର 6ରେ ସୌମିତ୍ର କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲେ। ଏହା ପରେ ତାଙ୍କୁ କୋଲକାତା ବେଲେ ଭୁଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ହେବାପରେ କରୋନାରୁ ସୁସ୍ଥ ହୋଇଯାଇଥିଲେ ସୌମିତ୍ର। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲଗିଲା। ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା।

ସୌମିତ୍ରଙ୍କ ବିୟୋଗରେ ତାଙ୍କ ପ୍ରିୟଜନ ଏବଂ ପ୍ରଶଂସକଙ୍କ ମହଲରେ ଦୁଃଖର ଲହରୀ ଖେଳିଯାଇଛି। ସୋଶାଲ ମିଡିଆରେ ଫ୍ୟାନମାନେ ସୌମିତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ହସ୍ପିଟାଲ ପହଞ୍ଚି ସୌମିତ୍ରଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି।

ନ୍ୟୁରୋଲୋଜୀ, ନେଫ୍ରୋଲୋଜୀ, କାର୍ଡିଓଲୋଜୀ, କ୍ରିଟିକାଲ କେୟାର ମେଡିସିନ ବିଶେଷଜ୍ଞମାନଙ୍କ ଏକ ବଡ଼ ଟିମ୍ ଗତ 40 ଦିନ ହେଲା ସୌମିତ୍ରଙ୍କୁ ସୁସ୍ଥ କରିବାରେ ଲାଗିପଡ଼ିଥିଲେ। ହେଲେ ସମସ୍ତ ଚେଷ୍ଟା ବିଫଳ ହୋଇଥିବା ବେଳେ ସୌମିତ୍ର ଆଜି ଆଉ ନାହାନ୍ତି। ପ୍ରକାଶ ଥାଉ କି, ଚଳିତ ବର୍ଷ ସୌମିତ୍ରଙ୍କ 7ଟି ଫିଲ୍ମ ରିଲିଜ୍ ହୋଇଛି। ତେବେ କରୋନା ସଂକ୍ରମିତ ହେବା ପୂର୍ବରୁ ସୌମିତ୍ର ନିଜ ଆଗାମୀ ଫିଲ୍ମ ପାଇଁ ଶୁଟିଂ ମଧ୍ୟ ଶେଷ କରିସାରିଥିଲେ।

ସୌମିତ୍ର ବଙ୍ଗଳା ଫିଲ୍ମର ଏକ ବଡ଼ ନାଁ। ସେ ଅଭିନୟ ଜଗତର ଜଣେ କିମ୍ବଦନ୍ତୀ ଥିଲେ। ସେ 1959ରେ ନିର୍ଦ୍ଦେଶକ ସତ୍ୟଜିତ୍ ରେଙ୍କ ଫିଲ୍ମ ‘ଅପୁର ସଂସାର’ରୁ ଡେବ୍ୟୁ କରିଥିଲେ। ଏହା ପଛରେ ମଧ୍ୟ ଥିଲା ଏକ ମଜାଦାର କାହାଣୀ। ସୌମିତ୍ର ରେଙ୍କ ଚତୁର୍ଥ ଫିଲ୍ମ ‘ଜଲସାଘର’ର ଶୁଟିଂ ଦେଖିବାକୁ ଯାଇଥାନ୍ତି। ଶୁଟ୍ ଦେଖୁଥିବା ସମୟରେ ହିଁ ନିର୍ଦ୍ଦେଶକ ତାଙ୍କ ଆଗାମୀ ଫିଲ୍ମ ପାଇଁ ସୌମିତ୍ରଙ୍କୁ ଚୟନ କରିସାରିଥାନ୍ତି। କିନ୍ତୁ ସୌମିତ୍ର ଏବାବଦରେ ଅନବିଜ୍ଞ ଥିଲେ।

ତେବେ ଶୁଟ୍ ଦେଖି ସେଟରୁ ଫେରୁଥିବା ସମୟରେ ନିର୍ଦ୍ଦେଶକ ରେ ସୌମିତ୍ରଙ୍କୁ ଡାକି ଆଗାମୀ ଫିଲ୍ମ ‘ଅପୁର ସଂସାର’ର ହିରୋ ଭାବେ ଅଭିନେତା ଛବି ବିଶ୍ୱାସଙ୍କ ସହ ପରିଚିତ କରାଇଥିଲେ। ସତ୍ୟଜିତ ରେଙ୍କ ସହ 14ଟି ଫିଲ୍ମ କରିଛନ୍ତି ସୌମିତ୍ର। ନିଜ ଦମଦାର ଅଭିନୟ ଏବଂ ସ୍କ୍ରିନ୍ ପ୍ରେଜେନ୍ସ ପାଇଁ ଫିଲ୍ମ ନିର୍ମାତାମାନଙ୍କ ସବୁବେଳେ ମନପସନ୍ଦର ଅଭିନେତା ଥିଲେ ସୌମିତ୍ର।

ଦାଦା ସାହାବ ଫାଲକେ ପୁରସ୍କାର ବିଜେତା ସୌମିତ୍ର ପ୍ରଥମ ଭାରତୀୟ ଭାବେ ଫ୍ରାନ୍ସର ସବୁଠାରୁ ବଡ଼ ଆଓ୍ୱାର୍ଡ Ordre des Arts et des Lettres ପ୍ରାପ୍ତ କରିଥିଲେ। ନିଜ ଅଭିନୟ ପାଇଁ ସୌମିତ୍ର 3 ଥର ନ୍ୟାଶନାଲ ଆଓ୍ୱାର୍ଡ ହାସଲ କରିଥିଲେ। ଏହାସହ ସଙ୍ଗୀତ ନାଟକ ଏକାଡେମୀ ଆଓ୍ୱାର୍ଡ, 7 ଥର ଫିଲ୍ମଫେୟାର ଆଓ୍ୱାର୍ଡ ଏବଂ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

The post ଶୁଟିଂ ଦେଖୁଥିଲେ, ସତ୍ୟଜିତଙ୍କ କଥା ଶୁଣି ଚମକି ପଡ଼ିଥିଲେ ସୌମିତ୍ର appeared first on Odisha Reporter.



from Odisha Reporter https://ift.tt/3ntb2x4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages