ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ

ପାଟନା: ସୋମବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନୀତୀଶ କୁମାର। ରବିବାର ଏନଡିଏର ବୈଠକ ବସିଥିଲା। ଏହି ବୈଠକରେ ଏନଡିଏ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି। ଏହାପରେ ବିରୋଧୀ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜେଡିୟୁ ମାତ୍ର ୪୩ଟି ଆସନରେ ବିଜୟୀ ହୋଇଛି। ବିଜେପି ୭୪ଟି ଆସନରେ ବିଜୟୀ ହୋଇଛି।

ଏନଡିଏରେ ବିଜେପିକୁ ଅଧିକ ଆସନ ମିଳିଛି। ତେଣୁ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ନେଇ ବିରୋଧୀ ଆରଜେଡି ପ୍ରଶ୍ନ ଉଠାଇଛି। ଏହାପରେ କଂଗ୍ରେସ ମଧ୍ୟ ଆରଜେଡି ସହିତ ସ୍ୱର ମିଳାଇଛି।

ଏନଡିଏ ବିହାର ବିଧାନସଭାର ନେତା ଭାବରେ ନୀତୀଶଙ୍କ ନାମ ଘୋଷଣା କରିଛି। ଏହାପରେ ରାଜ୍ୟପାଳଙ୍କୁ ଭେଟି ନୀତୀଶ ସରକାର ଗଠନ ପାଇଁ ଦାବି କରିଛନ୍ତି। ସୋମବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ଆସନ ପାଇଁ ସୁଶୀଲ ମୋଦି ହିଁ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି।

ଆରଜେଡି ସାଂସଦ ମନୋଜ ଝା’ କହିଛନ୍ତି, ଜଣେ ୪୦ଟି ଆସନରେ ବିଜୟୀ ହୋଇ କେମିତି ମୁଖ୍ୟମନ୍ତ୍ରୀ ଆସନରେ ବସିବେ? ଜନାଦେଶ ନୀତୀଶଙ୍କ ବିରୋଧରେ ଯାଇଛି। ସେ ଧ୍ୱଂସ ହୋଇ ସାରିଛନ୍ତି। ବିହାର ବିକଳ୍ପ ପାଇବ, ଏଥିପାଇଁ ସମୟ ଲାଗିପାରେ। ହେଲେ ବିକଳ୍ପ ପାଇବ ସୁନିଶ୍ଚିତ।

ଆରେଜେଡିର ଏହି ମନ୍ତବ୍ୟକୁ ମଧ୍ୟ କଂଗ୍ରେସ ସମର୍ଥନ କରିଛି। କଂଗ୍ରେସ କହିଛି ବିହାର କି ଏନଡିଏର ନେତୃତ୍ୱ ନେଇ ନାହାନ୍ତି। ପୂର୍ବରୁ ନୀତୀଶ ବିହାରର ନେତୃତ୍ୱ ଭଲ ଭାବରେ ନେଇଥିଲେ। ହେଲେ ଏବେ ନୀତୀଶ ବିଜେପି ପାଇଁ ଦୁର୍ବଳ ହୋଇ ଯାଇଛନ୍ତି ବୋଲି କଂଗ୍ରେସ ନେତା ତାରିକ ଅନଓ୍ୱର କହିଛନ୍ତି।

ସୂଚନାଯୋଗ୍ୟ, ବିହାର ନିର୍ବାଚନରେ ମୋଟ୍ ୨୪୩ ଆସନରୁ ଏନଡିଏକୁ ୧୨୫ଟି ଆସନ ମିଳିଥିବା ବେଳେ ମହାମେଣ୍ଟ (୧୦ଟି ଦଳ)କୁ ଏକାକୀ ୧୨୧ଟି ଆସନ ମିଳିଛି। ତେବେ ନିର୍ବାଚନ ପୂର୍ବରୁ ଏନଡିଏର ନିଷ୍ପତ୍ତି ହୋଇଥିଲା ନୀତୀଶ ହିଁ ଏନଡିଏର ଚେହେରା। ଆଉ ବିଜେପି ଏଠାରେ ପ୍ରତିଶ୍ରୁତି ପାଳନ କରିଛି।

The post ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ appeared first on Odisha Reporter.



from Odisha Reporter https://ift.tt/32HhJDF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages