ନୂଆଦିଲ୍ଲୀ: ପ୍ରଭୁଦେବାଙ୍କ ବିବାହକୁ ନେଇ ଅନେକ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ତେବେ ପ୍ରଭୁଦେବାଙ୍କ ଇତି ମଧ୍ୟରେ ବିବାହ ସରିଥିବା ଜଣାପଡ଼ିଛି। ମୁମ୍ବାଇର ଜଣେ ଲୋକପ୍ରିୟ ଫିଜିଓଥେରାପିଷ୍ଟ ଡା. ହିମାନୀଙ୍କୁ ସେ ବିବାହ କରିଛନ୍ତି। ଲକଡାଉନ ସମୟରେ ଉଭୟ ଚୁପଚାର୍ ବିବାହ କରିସାରିଥିବା କୁହାଯାଉଛି।
ସୂଚନା ଯେ, ହିମାନୀ ମୁମ୍ବାଇର ସାକିନାକା ଅଞ୍ଚଳରେ ରୁହନ୍ତି। ତେବେ ଚେନ୍ନାଇରେ ପ୍ରଭୁଦେବା ଓ ହିମାନୀଙ୍କ ବିବାହ ସମ୍ପନ୍ନ ହେଲା।
ଯେତେବେଳେ ଡା. ହିମାନୀ ପ୍ରଭୁଦେବାଙ୍କ ପିଠି ଓ ଗୋଡ଼ର ଚିକିତ୍ସା କରୁଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉଭୟ ମାର୍ଚ୍ଚରେ ଚେନ୍ନାଇଠାରେ 2 ମାସ ଧରି ଲିଭ୍-ଇନ୍ ରିଲେସନଶିପରେ ଥିଲେ। ଦୁଇ ମାସ ଏକାଠି ରହିବା ପରେ ପ୍ରଭୁଦେବାଙ୍କ ଘରେ ଉଭୟଙ୍କ ବିବାହ ସମ୍ପନ୍ନ ହେଲା। ତେବେ ବିବାହରେ କେବଳ କେତେଜଣ ସମ୍ପର୍କୀୟ ସାମିଲ ହୋଇଥିଲେ।
ପ୍ରକାଶ ଥାଉ କି, ପ୍ରଭୁଦେବାଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇସାରିଛି। ପତ୍ନୀ ରାମଲତାଙ୍କଠାରୁ ଛାଡ଼ପତ୍ର ନେବା ପରେ ପ୍ରଭୁଦେବାଙ୍କ ନାଁ ଅନେକ ସାଉଥ୍ ଅଭିନେତ୍ରୀଙ୍କ ସହ ଯୋଡ଼ାଯାଇଛି। ନିକଟରେ ପ୍ରଭୁଦେବା ନିଜ ଭାଣିଜୀଙ୍କୁ ବିବାହ କରିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏବେ ସବୁ କିଛି ସ୍ପଷ୍ଟ ହୋଇଯାଇଛି।
The post ଭାଣିଜୀଙ୍କୁ ନୁହେଁ ଏହି ମହିଳାଙ୍କୁ ବିବାହ କଲେ ପ୍ରଭୁଦେବା appeared first on Odisha Reporter.
from Odisha Reporter https://ift.tt/334CM2Y
No comments:
Post a Comment