ଆଜିଠୁ ପଞ୍ଚୁକ; ମନ୍ଦିର ମନା, ଘରେ ପୂଜାର୍ଚ୍ଚନା କରିବେ ହବିଷ୍ୟାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 24, 2020

ଆଜିଠୁ ପଞ୍ଚୁକ; ମନ୍ଦିର ମନା, ଘରେ ପୂଜାର୍ଚ୍ଚନା କରିବେ ହବିଷ୍ୟାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ । ଏଥର ପଞ୍ଚୁକ ୬ ଦିନ ପାଳନ କରାଯିବ । କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଛି । ତେଣୁ କାର୍ତ୍ତିକ ହବିଷ୍ୟାଳୀ ଓ ପଞ୍ଚୁକ ପାଳନ କରୁଥିବା ଲୋକେ ଘରେ ରହି ପୂଜାର୍ଚ୍ଚନା କରିବେ । ସେହିପରି ପୁରୀକୁ ହବିଷ୍ୟାଳୀଙ୍କୁ ଆସିବାକୁ ବାରଣ କରାଯାଇଥିବା ଯୋଗୁଁ ଏଥର ପୂର୍ବ ଭଳି କୌଣସି ବ୍ୟବସ୍ଥା ହୋଇନି ।

ପଞ୍ଚୁକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ବିଭୂଷିତ ହୋଇଥାନ୍ତି । ଅବକାଶ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଶ୍ରୀ ବଳଭଦ୍ର ହଳ ମୂଶଳ ଧରିଥିବା ବେଳେ ଶ୍ରୀଜଗନ୍ନାଥ ଶଙ୍ଖଚକ୍ର ପରିଧାନ କରିଥାନ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ  କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।  ଗାଇଡ୍‌ଲାଇନ୍ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ଓ ଡଙ୍ଗା ଭସାକୁ ବାରଣ କରାଯାଇଛି।

ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହେଉଥିବା ପ୍ରସିଦ୍ଧ ବାଲିଯାତ୍ରା ମଧ୍ୟ ଚଳିତ ବର୍ଷ ବନ୍ଦ କରାଯାଇଛି। ଏହି କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶାନାମା ଜାରି କରିଛନ୍ତି।

The post ଆଜିଠୁ ପଞ୍ଚୁକ; ମନ୍ଦିର ମନା, ଘରେ ପୂଜାର୍ଚ୍ଚନା କରିବେ ହବିଷ୍ୟାଳି appeared first on Odisha Reporter.



from Odisha Reporter https://ift.tt/3nXlvAK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages