ଚାଲିଗଲେ ଅହମଦ ପଟେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 24, 2020

ଚାଲିଗଲେ ଅହମଦ ପଟେଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ଆଜି ଦେହାନ୍ତ ହୋଇଛନ୍ତି। ସେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ବେଶ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୭୧ ବର୍ଷୀୟ ଅହମଦ ପଟେଲ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ପୁଅ ଫୈଜଲ ଟ୍ୱିଟ ଯୋଗେ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଜି ଭୋର ୩.୩୦ରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଅହମଦ ପଟେଲଙ୍କ ଦେହାନ୍ତ ହୋଇଛି। ମଲ୍ଟି ଅରଗାନ ଫେଲ୍‌ ଯୋଗୁ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

ଅକ୍ଟୋବର ୧ରେ ଶ୍ରୀ ପଟେଲ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନାରୁ ଆକ୍ରାନ୍ତ ହେବା ପରେ ତାଙ୍କ ଏକାଧିକ ଅଙ୍ଗ ପ୍ରତ୍ୟେଙ୍ଗ ଅକାମୀ ହୋଇ ଯାଇଥିଲା। ଏହି କାରଣରୁ ସେ ନଭେମ୍ବର ୧୫ରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିତଟାଲର ଭେଣ୍ଟିଲେଟରରେ ମଧ୍ୟ ରହିଥିଲେ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଅହମଦ ପଟେଲ ଏବେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହାକୁ ମିଶାଇ ସେ ମୋଟ୍ ୮ ଥର ସଂସଦରେ ଗୁଜରାଟକୁ ପ୍ରତିନିଧିତ୍ୱ କରିଛନ୍ତି। ୫ ଥର ରାଜ୍ୟସଭା ଓ ୩ ଥର ଲୋକସଭା ସାଂସଦ ଭାବେ ସେ କାର୍ଯ୍ୟ କରିଥିଲା।

ବର୍ତ୍ତମାନ କଂଗ୍ରେସର କୋଷାଧ୍ୟକ୍ଷ ଥିବା ଅହମଦ ପଟେଲଙ୍କର ଦଳରେ ବେଶ ଦବଦବା ଥିଲା। ସେ ଦୀର୍ଘ ବର୍ଷ ହେଲାଣି ସୋନିଆ ଗାନ୍ଧିଙ୍କ ରାଜନୀତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ହେଲେ କେବେ ହେଲେ ସରକାରରେ ସାମିଲ ହୋଇ ନଥିଲେ। କଂଗ୍ରେସର ସଙ୍କଟମୋଚକ ଭାବେ ମଧ୍ୟ ସେ ବେଶ ଜଣାଶୁଣା।


ଜଣେ ସାମାଜିକ କର୍ମୀଙ୍କ ପୁଅ ହେଉଛନ୍ତି ଅହମଦ ପଟେଲ। ୧୯୭୭ରେ ତାଙ୍କୁ ଯେତେବେଳେ ୨୮ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିବାକୁ କହିଥିଲେ। ଏହାକୁ ସେ ଗ୍ରହଣ କରି ନିଜ ଜନ୍ମ ସ୍ଥାନ ବାହାରୁଚରୁ ପ୍ରଥମଥର ଲୋକସଭାକୁ ଯାଇଥିଲେ।

୧୯୮୦ ଓ ୧୯୮୪ରେ ମଧ୍ୟ ସେ ଏହି ଆସନରୁ ଜିତିଥିଲେ। ହେଲେ ୧୯୯୦ରେ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ। ୨୦୦୪ରେ କେନ୍ଦ୍ରରେ ୟୁପିଏ ସରକାର ଗଠନ କରିବା ପଛରେ ଅହମଦ ପଟେଲଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଗାନ୍ଧି ଓ ନେହରୁ ପରିବାରର ସେ ଅତ୍ୟନ୍ତ ବିଶ୍ୱସ୍ତ ଥିଲେ।

The post ଚାଲିଗଲେ ଅହମଦ ପଟେଲ appeared first on Odisha Reporter.



from Odisha Reporter https://ift.tt/360wVxy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages