ପାଟଣା: ବିହାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନଡିଏକୁ ଏଠାରେ ବହୁତମ ମିଳିଛି। ବିଜେପି ୭୪ଟି ଆସନ ଜିତି ସର୍ବାଧିକ ଆସନରେ ବିଜୟୀ ହୋଇଥିବା ବେଳେ ଜେଡିୟୁ ମାତ୍ର ୪୩ଟି ଆସନରେ ବିଜୟୀ ହୋଇଛି। ବିଜେପି ନିର୍ବାଚନୀ ପ୍ରଚାର ବେଳେ କିନ୍ତୁ ପ୍ରତିଶ୍ରୁତି ଦେଇଛି ଜନମତ ଏନଡିଏ ସପକ୍ଷରେ ଗଲେ ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ହେବେ।
ତେବେ ଏହାରି ଭିତରେ ଟ୍ୱିଷ୍ଟ ଆଣିଛି ଶିବସେନା। ଏକଜିଟ୍ ପୋଲ ଦେଖି ବିଜେପି ବିରୋଧରେ ବିଷ ଓଗାଳୁଥିବା ଶିବସେନା ଫଳାଫଳ ପ୍ରକାଶ ପାଇବା ପରେ ବିହାର ଏନଡିଏକୁ ନେଇ ପ୍ରଶ୍ନ ଉଠାଇଛି। ଶିବସେନାର ମୁଖପାତ୍ର ‘ସାମ୍ନା’ ଖବରରାଗଜ ଜରିଆରେ ୨୦୧୯ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ କଥା ଦୋହରାଇଛି।
ବିହାରରେ ନୀତୀଶ କୁମାରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବା ଉପରେ ଶିବସେନା ବିଜେପିକୁ ପ୍ରଶ୍ନ କରିଛି। ଶିବସେନା କହିଛି ଯେ ବିହାର ନିର୍ବାଚନରେ ବିଜେପି ତୁଳନାରେ ଜେଡିୟୁ କମ୍ ଆସନ ଜିତିଛି, ତେଣୁୁ ବିଜେପି ନୀତୀଶଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ତ?
ଶିବସେନା ବିଜେପିକୁ ଛିଗୁଲେଇ କହିଛି ଯେ ୨୦୧୯ ନିର୍ବାଚନରେ ବିଜେପି ଶିବସେନା ସମାନ ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଥିଲା। ଆଉ ଅମିତ ଶାହା ସେତେବେଳେ କହିଥିଲେ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ କ୍ଷମତାକୁ ଫେରିଲେ। ଏବେ ଅମିତ ଶାହ ଫଳାଫଳ ଦେଖିବା ପରେ ତାଙ୍କ ପ୍ରତିଶ୍ରୁତି ପାଳନ କରିବ ତ ବୋଲି ଶିବସେନା ସନ୍ଦେହ ପ୍ରକାଶ କରିଛି। ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ କମ୍ ଆସନରେ ବିଜୟୀ ହୋଇ ବିଜେପି ତୁଳନାରେ ତେଣୁ ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସହଜରେ ବସିବା ସମ୍ଭବ ନୁହଁ ବୋଲି ଶିବସେନା କହିଛି।
ତେବେ ଶିବସେନା ତେଜସ୍ୱୀ ଯାଦବଙ୍କୁ ପ୍ରଶଂସା କରିଛି। ବିହାରର ଜଣେ ନୂଆ ଯୁବ ଚେହେରା ବୋଲି ଶିବସେନା କହିଛି। ତେଜସ୍ୱୀ ନିଜର ସଂଯମତା ହରାଇ ନାହାନ୍ତି। ଫଳାଫଳ ଯାହା ହେଉ ହେଲେ ଆରଜେଡିର ଭୋଟ୍ ବ୍ୟାଙ୍କ ମଜବୁତ ହୋଇଛି। ଏଥିସହ ତେଜସ୍ୱୀ ଯାଦବ ମୋଦି, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥଙ୍କ ଭଳି ଚେହେରା ସହିତ ମୁହାଁମୁହିଁ ହୋଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୋଲି ଶିବସେନା ‘ସାମ୍ନା’ ଜରିଆରେ କହିଛି।
The post ବିହାର ଏନଡିଏରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିବ କି? appeared first on Odisha Reporter.
from Odisha Reporter https://ift.tt/2UctT2E
No comments:
Post a Comment