‘କେନ୍ଦ୍ର ଦେଲା ୫ କୋଟି, ତଥାପି ଧଉଳିରେ ବିକାଶର ଚିହ୍ନବର୍ଣ୍ଣ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

‘କେନ୍ଦ୍ର ଦେଲା ୫ କୋଟି, ତଥାପି ଧଉଳିରେ ବିକାଶର ଚିହ୍ନବର୍ଣ୍ଣ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶାନ୍ତିସ୍ତୁପ ଧଉଳିର ବିକାଶ ପାଇଁ କେନ୍ଦ୍ର ସରକାର ୫ କୋଟି ଟଙ୍କା ଦେଇଥିଲେ। ଏହାସତ୍ତ୍ୱେ ଧଉଳିରେ ବିକାଶର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ତେଣୁ ଏହି ଅର୍ଥ କିପରି ବିନିଯୋଗ ହେଲା ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଏଥିସହ କେନ୍ଦ୍ର ଦେଇଥିବା ଅନୁଦାନର ସିଂହଭାଗ ଅର୍ଥ ଠିକ୍ ଭାବେ ବିନିଯୋଗ ହୋଇ ନଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି।

ଗତ ୧୫ତାରିଖରେ ଅପରାଜିତା ନିଜେ ଧଉଳି ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକ ଏବଂ ବୌଦ୍ଧ ସ୍ତୁପର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସେ ପରିଦର୍ଶନ କରିବା ବେଳେ ବୌଦ୍ଧ ସ୍ତୁପରେ ଫାଟ ମଧ୍ୟ ଦେଖିବାକୁ ପାଇଥିଲେ। ତେଣୁ ଧଉଳି ଶାନ୍ତିସ୍ତୁପର ବିକାଶ ଏବଂ ରକ୍ଷଣାବେକ୍ଷଣ ତୁରନ୍ତ କରାଯିବା ଦରକାର ବୋଲି ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ଧଉଳି ଆମ ରାଜ୍ୟର ଏକ ଐତିହ୍ୟ ହୋଇଥିବା ବେଳେ ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ଯାନବାହନରୁ ଆଦାୟ ହେଉଥିବା ସତ୍ତ୍ୱେ ତାହାକୁ ଠିକ୍‌ ଭାବେ ବିନିୟୋଗ କରାଯାଉନି। ଧଉଳି ଉନ୍ନୟନ କମିଟି ନିକଟରେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଡ଼ିରହିଛି।  ଏହି ଅର୍ଥକୁ ଶାନ୍ତିସ୍ତୁପର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯାଉ। ସ୍ଥପତିଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନାକୁ ମଧ୍ୟ ଲାଗୁ କରିବା ସହ ଫଣ୍ଡକୁ ନେଇ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଅପରାଜିତା।

The post ‘କେନ୍ଦ୍ର ଦେଲା ୫ କୋଟି, ତଥାପି ଧଉଳିରେ ବିକାଶର ଚିହ୍ନବର୍ଣ୍ଣ ନାହିଁ’ appeared first on Odisha Reporter.



from Odisha Reporter https://ift.tt/2UU1GhB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages