କାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ନିଭାର’: ଜାରି ହେଲା ଆଲର୍ଟ, ବସ-ଟ୍ରେନ୍‌ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

କାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ନିଭାର’: ଜାରି ହେଲା ଆଲର୍ଟ, ବସ-ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେଧୀରେ ଘନୀଭୂତ ହୋଇ ଆଜି ବାତ୍ୟା ନିଭାରରେ ପରିଣତ ହୋଇଛି। ବାତ୍ୟାରେ ପରିଣତ ହେବା ପରେ ଏହା ଅଧିକ ଶକ୍ତିଶାଳୀ ହୋଇ ସ୍ଥଳ ଭାଗ ଆଡ଼ରେ ମୁହାଁଇବାରେ ଲାଗିଛି। ଏବେ ଠାରୁ ହିଁ ବାତ୍ୟା ନିଭାର ପ୍ରଭାବରେ ଚେନ୍ନାଇ ସମେତ ଏକାଧିକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ପୁଡ଼ୁଚେରୀର କରାଇକେଲରୁ ତାମିଲନାଡ଼ୁର ମାମଲାପୁରମ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ଏଥିପାଇଁ ଆଜିଠାରୁ ହିଁ ହାଇଆଲର୍ଟ ଜାରି କରାଯାଇଛି।

ସ୍ଥଳ ଭାଗ ଅତିକ୍ରମ କରିବା ବେଳେ ବାତ୍ୟା ନିଭାର ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇଥିବ। ତେଣୁ ପବର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ରହିବ। ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ନିଭାରର ପ୍ରଭାବ ତାମିଲନାଡୁ ଓ ପୁଡୁଚେରୀ ବ୍ୟତୀତ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିପାରେ। ଆନ୍ଧ୍ର ଏବଂ ଓଡ଼ିଶାରେ ପବନର ସମ୍ଭାବନା କମ ଥିଲେ ହେଁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ବାତ୍ୟା ନିଭାରକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ୬ଟି ଟ୍ରେନକୁ ସଂପୂର୍ଣ୍ଣ ଭାବେ ବାତିଲ କରିଥିବା ବେଳେ ୯ଟି ଟ୍ରେନକୁ ଆଶିଂକ ବାତିଲ କରିଛନ୍ତି।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପକ୍ଷରୁ କୁହାଯାଇଛି, ଚେନ୍ନାଇ ଇଗମୋର ଓ ପୁଡୁଚେରୀ ମଧ୍ୟରେ ଯାତାୟାତ କରୁଥିବା ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ଟ୍ରେନଗୁଡ଼ିକୁ ଆଶିଂକ ଭାବେ ବାତିଲ କରାଯାଇଛି। ନଭେମ୍ବର ୨୪ ଓ ୨୫ ପାଇଁ ଏହି ନିୟମ ଲାଗୁ ହେବ। ସେହିପରି ୨୫ ତାରିଖରେ ପୁଡୁଚେରୀ-ଭିଲ୍ଲୁପୁରମ ମଧ୍ୟରେ ଚାଲୁଥିବା ପୁଡୁଚେରୀ-ହାୱଡା ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି।

ଅନ୍ୟପକ୍ଷରେ ତାମିଲନାଡୁର ୧୧ଟି ଜିଲ୍ଲାରେ ବସ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି। ମଙ୍ଗଳବାର ଦିନ ୧ଟାରୁ କୁଡ୍ଡାଲୁରୁ, ନାଗାପାଟିନମ, ତାଞ୍ଜଭୁର, ତିରୁଭାରୁର, ଭିଲ୍ଲାପୁରମ, ଚେଙ୍ଗାଲପଟ୍ଟୁ ଓ ପୁଡୁକୋଟାଇ ଭଳି ୧୧ଟି ଜିଲ୍ଲାରେ କୌଣସି ବସ ଚଳାଚଳ କରିପାରିବ ନାହିଁ। ଜରୁରୀ କାମ ନଥିଲେ ଲୋକମାନେ ମଧ୍ୟ ଘରୁ ନ ବାହାରନ୍ତୁ ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସ୍ଥିତିକୁ ଦୃଷ୍ଟିରେ ରଖି ୩୦ଟି ଏନଡିଆରଏଫ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ୧୨ଟି ଟିମ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ପୁଡୁଚେରୀ ଯାଇଥିବା ବେଳେ ୧୮ଟି ଟିମ୍‌ ଷ୍ଟାଣ୍ଡବାଏରେ ରହିଛନ୍ତି।

The post କାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ନିଭାର’: ଜାରି ହେଲା ଆଲର୍ଟ, ବସ-ଟ୍ରେନ୍‌ ବାତିଲ appeared first on Odisha Reporter.



from Odisha Reporter https://ift.tt/3pW63XC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages