ସଚିନଙ୍କ ପାଖରେ ବସିବାକୁ ମନା କରିଦେଇଥିଲେ ଯୁବରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ସଚିନଙ୍କ ପାଖରେ ବସିବାକୁ ମନା କରିଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମହାନ ଅଲରାଉଣ୍ଡରଙ୍କ ମଧ୍ୟରେ ଯୁବରାଜ ସିଂହ ଅନ୍ୟତମ। ଯୁବରାଜ ୨୦୦୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେତେବେଳେ ତାଙ୍କୁ ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ୍ ଡ୍ରାଭିଡଙ୍କ ଭଳି କିମ୍ବଦନ୍ତୀଙ୍କ ସହ ଖେଳିବାର ସୁଯୋଗ ମିଳିଥିଲା। ଏମାନଙ୍କ ମଧ୍ୟରୁ ଯୁବରାଜ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ନିଜର ଆଦର୍ଶ ମଧ୍ୟ ମାନନ୍ତି। କିନ୍ତୁ ନିଜର ପ୍ରାରମ୍ଭିକ କ୍ରିକେଟ୍ କ୍ୟାରିୟରରେ ଯୁବି ସଚିନଙ୍କୁ ଖୁବ୍ ଭୟ କରୁଥିଲେ। ଏପରିକି ତାଙ୍କ ପାଖରେ ବସିବାକୁ ମନା କରିଦେଇଥିଲେ। ତେବେ କାହିଁକି ଯୁବି ଏଭଳି କଲେ, ଆସନ୍ତୁ ଜାଣିବା।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଯୁବରାଜ କହିଛନ୍ତି, ମୋ ପିଲାଦିନର ହିରୋ (ସଚିନ)ଙ୍କ ସହ ମୋର ପ୍ରଥମ ସାକ୍ଷାତ କିଭଳି ଥିଲା, ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ। ଟୁର୍ଣ୍ଣାମେଣ୍ଟର କ୍ୟାମ୍ପ୍ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ମୁଁ ଡ୍ରେସିଂ ରୁମ୍ ଯାଇଥିଲି। ସେଠାରେ ସଚିନ୍ ମୋ ସମେତ ଜାହିର୍ ଖାନ୍ ଓ ବିଜୟ ଦାହିୟାଙ୍କ ସହ ହାତ ମିଳାଇଥିଲେ। ସଚିନଙ୍କ ସହ ହାତ ମିଳାଇବା ପରେ ମୁଁ ମୋର ସେହି ହାତକୁ ନିଜର ପୂରା ଶରୀରରେ ବୋଳି ପକାଇଥିଲି। ଏପରିକି ସଚିନଙ୍କ ସହ ହାତ ମିଳାଇଥିବାରୁ ମୁଁ ସେହି ସମୟରେ ଗାଧୋଇବାକୁ ମଧ୍ୟ ଚାହୁଁନଥିଲି।

ଯୁବରାଜ ଆହୁରି କହିଛନ୍ତି, ଷ୍ଟାଡିୟମକୁ ଯିବା ଆସିବା ପାଇଁ ବ୍ୟବହୃତ ଟିମ୍ ବସରେ ମୋ ପାଇଁ କେବଳ ଗୋଟିଏ ସିଟ୍ ବାକି ଥିଲା, ଯାହା ସଚିନଙ୍କ ପାଖାପାଖି ଥିଲା। ମୁଁ ମ୍ୟାନେଜରଙ୍କୁ କହିଲି ଯେ ମୋତେ କାଇଁ ଲାଗୁନି ଯେ ମୁଁ ସେହି ସିଟରେ ବସିପାରିବି। ପରେ ମ୍ୟାନେଜର ମୋତେ କହିଥିଲେ ଯେ, ସେ (ସଚିନ୍) ଏବେ ତୁମ ସାଥୀ ଖେଳାଳି। ଆପଣ ତାଙ୍କ (ସଚିନ) ସହ କଥା ହେବା ଦରକାର। ଏହା ପରେ ମୁଁ ଧୀରେ ଧୀରେ ସଚିନଙ୍କ ପାଖକୁ ଗଲି। ମୁଁ ତାଙ୍କୁ ତଳୁ ଉପର ଯାଏ ଭଲଭାବେ ଦେଖିଲି ଏବଂ ତା’ପରେ ଭାବିଲି ବାସ୍ତବରେ ଇଏ ହିଁ ସଚିନ୍ ତେନ୍ଦୁଲକର।

ମହମ୍ମଦ କୈଫଙ୍କ ନେତୃତ୍ୱରେ ୨୦୦୦ରେ ଅଣ୍ଡର-୧୯ ୱାର୍ଲ୍ଡ କପର ବିଜେତା ଟିମର ସଦସ୍ୟ ଯୁବରାଜଙ୍କୁ ସେହିବର୍ଷ ଆଇସିସି ନକଆଉଟ୍ ଟ୍ରଫି ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇଥିଲା। ସେ ମଧ୍ୟ ନିଜର ଡେବ୍ୟୁ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ।

The post ସଚିନଙ୍କ ପାଖରେ ବସିବାକୁ ମନା କରିଦେଇଥିଲେ ଯୁବରାଜ appeared first on Odisha Reporter.



from Odisha Reporter https://ift.tt/3pppojL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages