ପାଟନା: ବିହାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ନୀତୀଶ କୁମାର ମଙ୍ଗ ଧରିବେ। ରବିବାର ଏନଡିଏ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଏନଡିଏ ଦଳ ନେତା ଭାବେ ନୀତୀଶଙ୍କୁ ମନୋନୀତ କରାଯାଇଛି।
ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ ନୀତୀଶ। ଏନଡିଏ ବୈଠକରେ ନୀତୀଶ କୁମାରଙ୍କ ନାଁରେ ମୋହର ବାଜିଛି। ପର୍ଯ୍ୟବେକ୍ଷକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକର ନିଷ୍ପତ୍ତି କ୍ରମେ ନୀତୀଶଙ୍କ ନାଁ ଘୋଷଣା କରିଛନ୍ତି। ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଏନଡିଏର ସମସ୍ତ ନବନିର୍ବାଚିତ ବିଧାୟଙ୍କ ଉପସ୍ଥିତ ଥିଲେ। ବିହାର ନିର୍ବାଚନରେ ବିଜେପି ପାଖରେ ସର୍ବାଧିକ 74 ଜଣ ବିଧାୟକ, ଜେଡିୟୁର 43 ଜଣ ବିଧାୟକ ଏବଂ ହମ ଦଳ ଏବଂ ଭିଆଇପି ନିକଟରେ 3-4 ବିଧାୟକ ରହିଛନ୍ତି। ବିଧାୟକ ଦଳ ହେବା ପରେ ପରବର୍ତ୍ତୀ ସମୟରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିବେ ନୀତୀଶ।
The post ସପ୍ତମ ଥର ପାଇଁ ନୀତୀଶ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/38Ic43Q
No comments:
Post a Comment