ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଚାଲିଛି ପ୍ରଥମ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଚାଲିଛି ପ୍ରଥମ ନିର୍ବାଚନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଉପତ୍ୟକାରେ ଆଜି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ଜିଲ୍ଲା ବିକାଶ ପରିଷଦ(ଡିଡିସି)ର ଆସନ ପାଇଁ ଆଜି ଭୋଟି ହେଉଛି। ସେହିପରି ଖାଲି ପଡ଼ିଥିବା ପଞ୍ଚ ଓ ସରପଞ୍ଚ ଆସନଗୁଡ଼ିକରେ ଉପ ନିର୍ବାଚନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଆଜି ସକାଳ ୭ଟାରେ ଲୋକମାନେ ଧାଡ଼ିରେ ଛିଡ଼ା ହୋଇ ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ୨,୧୪୬ ପୋଲିଂ ଷ୍ଟେସନ ତିଆରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଜାରି ରହିଥିବା ଜଣାପଡ଼ିଛି।

ରାଜ୍ୟ ନିର୍ବାଚନ କମିଶନର କେକେ ଶର୍ମା କହିଛନ୍ତି, ଲୋକମାନଙ୍କୁ କରୋନା କଟକଣା ମାନି ଭୋଟିଂ କେନ୍ଦ୍ରକୁ ଆସିବାକୁ ନିବେଦନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭ ଲକ୍ଷ ପଞ୍ଜୀକରଣ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରୁ କଶ୍ମୀରରୁ ୩.୭୨ ଲକ୍ଷ ଓ ଜମ୍ମୁରୁ ୩.୨୮ ଲକ୍ଷ ଭୋଟର ଅଛନ୍ତି।

ଜମ୍ମୁ-କଶ୍ମୀରରେ ମୋଟ ୨୮୦ଟି ନିର୍ବାଚନ ମଣ୍ଡଳୀ ରହିଛି। ଏହା ମଧ୍ୟରୁ ୪୩ଟି ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେଉଛନ୍ତି। ଲୋକମାନେ ସକାଳ ୭ରୁ ଦିନ ୨ ଯାଏ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ। ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ୨୯୬ ଜଣ ଲୋକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ୨୦୭ ଜଣ ପୁରୁଷ ଓ ୮୯ ଜଣ ମହିଳା ରହିଛନ୍ତି।

ଚଳିତ ବର୍ଷ ବିଜେପି ଓ ଗୁପକର ମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି। ଏହି ମେଣ୍ଟରେ ଏନସି ଓ ପିଡିପି ସହ ୬ଟି ପ୍ରମୁଖ ଆଞ୍ଚଳିକ ଦଳ ରହିଛନ୍ତି। ନଭେମ୍ବର ୨୮ରୁ ଡିସେମ୍ବର ୧୯ ମଧ୍ୟରେ ୮ଟି ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟିଂ ହେବ। ଡିସେମ୍ବର ୨୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

The post ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଚାଲିଛି ପ୍ରଥମ ନିର୍ବାଚନ appeared first on Odisha Reporter.



from Odisha Reporter https://ift.tt/3fJlzS7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages