ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନ ପାଇଁ ଆସନ୍ତା ଡିସେମ୍ବର ୧୦ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁରୁଣା ବିଲଡିଂ ଠାରୁ ମାତ୍ର କିଛି ମିଟର ଦୂରରେ ନୂଆ ଭବନ ତିଆରି କରାଯିବ। ନିର୍ମାଣ କାମ ଆରମ୍ଭରୁ ୨୧ ମାସ ମଧ୍ୟରେ ଏହା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ଡିସେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ନିର୍ମାଣ କାମ ପାଇଁ ବିଧିବଦ୍ଧ ଭାବେ ଅନୁମତି ଦେବେ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଏହି ତାରିଖରେ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି।
ନୂଆ ସଂସଦ ଭବନ ଅତ୍ୟନ୍ତ ଭବ୍ୟ ଓ ସ୍ୱତନ୍ତ୍ର ଭାବେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ସହ ଫେପର ଲେସ୍ ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରାଯିବ। ଏହାବାଦ ଏଠାରେ ସାମ୍ବିଧାନିକ ହଲ, ସାଂସଦଙ୍କ ପାଇଁ ଲନ, ମଲ୍ଟି କମିଟି ରୁମ, ଡାଇନିଂ ଅଞ୍ଚଳ, ପାର୍କିଂ ଓ ଲାଇବ୍ରେରୀ ସୁବିଧା ରହିବ।
ସେପ୍ଟେମ୍ବର ମାସରେ ସଂସଦ ଭବନର ନିର୍ମାଣ ପାଇଁ ୮୬୧.୯୦ କୋଟିର ନିଲାମ ଦିଆଯାଇଛି। ପୁରୁଣା ସଂସଦ ଭବନ ପରିସରରେ ଥିବା ୫ ଜଣ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ନୂଆ ବିଲଡିଂରେ ସ୍ଥାପନ କରାଯିବ। ଏହା ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୬ ଫୁଟ ଉଚ୍ଚ ମୂର୍ତ୍ତି ରହିଛି। ଏହାକୁ ରାମ ସୁତାର ୧୯୯୩ ମସିହାରେ ନିର୍ମାଣ କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଂସଦ ଭବନରେ ୨୦୦୦ ପ୍ରତିନିଧିଙ୍କ ବସିବା ପାଇଁ ଆସନ ବ୍ୟବସ୍ଥା ହେଉଥିବା କୁହାଯାଉଛି। ୨୦୨୨ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ୨୦୨୬ ପରେ ଲୋକସଭା ଆସନରେ ବିରାଟ ପରିବର୍ତ୍ତନ କରାଯାଇପାରେ। ଏହାକୁ ଦୃଷ୍ଟିରେ ନୂଆ ସଂସଦ ଭବନ ନିର୍ମାଣ କରାଯାଉଛି।
The post ୧୦ରେ ସଂସଦର ନୂଆ ବିଲଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି appeared first on Odisha Reporter.
from Odisha Reporter https://ift.tt/33g1Zrt
No comments:
Post a Comment