ଗଞ୍ଜେଇ ଗଛ କାଟିଲେ ଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ଗଞ୍ଜେଇ ଗଛ କାଟିଲେ ଏସ୍‌ପି

ଫୁଲବାଣୀ(ତ୍ରିନାଥ ସାହୁ): ଗଞ୍ଜେଇ ଗଛ କାଟିଲେ ଖୋଦ କନ୍ଧମାଳ ଏସ୍‌ପି। ଗତକାଲି କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଖୋଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି  କନ୍ଧମାଳ ପୁଲିସ୍‌ ଓ ଅବକାରୀ ବିଭାଗ  ପକ୍ଷରୁ ଫିରିଙ୍ଗିଆ  ଥାନା ମୋତିଙ୍ଗିଆ ଗାଁ ଜଙ୍ଗଲରେ ଚଢ଼ଉ ହୋଇଥିଲା । ଏହାପରେ ୧୩୦ ଏକର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ଏସ୍‌ପି ନିଜେ କଟର ଧରି ଗଛକୁ ନଷ୍ଟ କରିବା ସହ ଆଖପାଖ ଅଞ୍ଚଳରେ ଚଢ଼ଉ କରିଥିଲେ। ଏହି ଅପରେସନ୍‌ରେ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ସାମିଲ ଥିଲେ ।

The post ଗଞ୍ଜେଇ ଗଛ କାଟିଲେ ଏସ୍‌ପି appeared first on Odisha Reporter.



from Odisha Reporter https://ift.tt/35bjScv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages