ଅର୍ଜିତ୍ ତନେଜାଙ୍କୁ ଡେଟ୍ କରୁଛନ୍ତି ଆଶା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 16, 2020

ଅର୍ଜିତ୍ ତନେଜାଙ୍କୁ ଡେଟ୍ କରୁଛନ୍ତି ଆଶା!

ମୁମ୍ବାଇ: ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଅନ୍ୟତମ ହିଟ୍ ଯୋଡ଼ି ଆଶା ନେଗୀ-ରିତ୍ୱିକ୍ ଧନଜନୀ ବ୍ରେକ୍‌ଅପ୍ ପରେ ବର୍ତ୍ତମାନ ଆଶାଙ୍କ ଜୀବନରେ ପୁଣିଥରେ ପ୍ରେମ ଏଣ୍ଟ୍ରି ମାରିଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ ଆଶା ନିଜ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେଆର୍ କରିଛନ୍ତି, ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଶାଙ୍କ ଜୀବନରେ କ’ଣ ପୁଣିଥରେ ପ୍ରେମ ଆସିଯାଇଛି? ଆଶା କ’ଣ ରିତ୍ୱିକଙ୍କ ପରେ ଅର୍ଜିତ୍ ତନେଜାଙ୍କୁ ଡେଟ୍ କରୁଛନ୍ତି? ଏଭଳି ନାନା ପ୍ରଶ୍ନ ପ୍ରଶଂସକଙ୍କ ମନରେ ଆସୁଛି।

 

View this post on Instagram

 

A post shared by MsNegi (@ashanegi)

ନିକଟରେ ଟେଲି ଅଭିନେତା ଅର୍ଜିତ୍ ତନେଜାଙ୍କ ଜନ୍ମଦିନରେ ଆଶା ତାଙ୍କୁ ଶୁଭେଚ୍ଛା ଜଣାଇ ସୋଶାଲ୍‌ ମିଡିଆରେ ତାଙ୍କ ସହ ଦୁଇଟି ଫଟୋ ଶେଆର୍ କରିଥିଲେ। ଆଉ କ୍ୟାପଶନରେ ଲେଖିଥିଲେ, ‘ମୋର…ମୋର…ଓ କେବଳ ମୋର’। ତେବେ ଏହି ଫଟୋ ପରେ ସୋଶାଲ୍‌ ମିଡିଆରେ ଦୁହିଁଙ୍କ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

 

View this post on Instagram

 

A post shared by MsNegi (@ashanegi)

ସୂଚନାଯୋଗ୍ୟ,ରିତ୍ୱିକ୍ଓ ଆଶାଙ୍କ ଯୋଡ଼ିକୁ ଟେଲି ଦୁନିଆର ‘ମୋଷ୍ଟ ହାପନିଂ ଯୋଡ଼ି’ କୁହାଯାଉଥିଲା। ଏମାନେ ପାଖାପାଖି ୭୮ ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଥିଲେ। ହେଲେ ଚଳିତ ବର୍ଷର ଆରମ୍ଭରେ ଦୁହିଁଙ୍କ ବ୍ରେକ୍‌ଅପ୍ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ରିତ୍ୱିଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ଯେ ସେ ମୋନିକା ଡୋଗ୍ରାଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କର ଏକାଠିବେଳର ବହୁତ ଫଟୋ ମଧ୍ୟ ଭାଇରାଲ ହୋଇଛି। ଆଶା କିନ୍ତୁ ବ୍ରେକ୍‌ଅପ୍ ପରେ ନିଜ ବ୍ୟକ୍ତୁଗତ ଜୀବନକୁ ଲାଇମଲାଇଟ୍‌ରୁ ଦୂରେଇ ରଖିଛନ୍ତି।

The post ଅର୍ଜିତ୍ ତନେଜାଙ୍କୁ ଡେଟ୍ କରୁଛନ୍ତି ଆଶା! appeared first on Odisha Reporter.



from Odisha Reporter https://ift.tt/3f4lkk0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages