ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫାଇନାଲ୍ ସେମିଷ୍ଟର୍ ପରୀକ୍ଷା ଦାବିରେ BPUT ଛାତ୍ରଛାତ୍ରୀ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ। ସେତେବେଳେ ବିଭାଗ ତରଫରୁ କୁହାଯାଇଥିଲା ଯେ ବିକଳ୍ପ ବ୍ୟବସ୍ଥା ଭାବେ ଅଫଲାଇନ ପରୀକ୍ଷା କରାଯିବ। ମାତ୍ର ଏଯାଏ ଏହି ପରୀକ୍ଷା ହୋଇପାରିଲା ନାହିଁ।
ଉଚ୍ଚଶିକ୍ଷା ଲାଗି OJEEରେ ଆବେଦନ କରି ଭଲ ରାଙ୍କ ପାଇଥିଲେ ସୁଦ୍ଧା ଶେଷ ସେମିଷ୍ଟର ପରୀକ୍ଷା ହୋଇ ନଥିବାରୁ ଛାତ୍ରଛାତ୍ରୀମାନେ ଆଡମିଶନରୁ ବାଦ ପଡ଼ିଛନ୍ତି।
ଏବେ ତୁରନ୍ତ ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ସହ ଓଜେଇଇ କାଉନସେଲିଂ ତାରିଖକୁ ଘୁଞ୍ଚାଯିବା ନେଇ ଛାତ୍ରଛାତ୍ରୀ ଦାବି କରିଛନ୍ତି। ତେବେ ଆଲୋଚନା ପରେ ସପ୍ତାହକ ଭିତରେ ପରୀକ୍ଷା ଓ କାଉନସେଲିଂ ତାରିଖ ନେଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ପରୀକ୍ଷା ଅନଲାଇନ୍ କି ଅଫଲାଇନରେ ହେବ, ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ନିଷ୍ପତ୍ତି ନେବେ। ତେବେ ବର୍ତ୍ତମାନ କିଛି ଚୂଡ଼ାନ୍ତ ହୋଇନାହିଁ। ତେବେ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାକି ଆଗାମୀ ସପ୍ତାହକ ଭିତରେ ସ୍ପଷ୍ଟ ହୋଇଯିବ। ଏହାଛଡ଼ା OJEE କାଉନସିଲରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା କରିବୁ।
The post ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ BPUT ଛାତ୍ରଛାତ୍ରୀ appeared first on Odisha Reporter.
from Odisha Reporter https://ift.tt/35z9VWk
No comments:
Post a Comment