ମୁମ୍ୱାଇ : ବି ଟାଉନ୍ରେ ଏବେ ଅଭିନେତ୍ରୀ କିଆରା ଆଡ୍ଭାନୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଚର୍ଚ୍ଚାରେ ରହିଛନ୍ତି। ଶୁଣିବାକୁ ମିଳିଛି ଯେ ଦୁହେଁ ପରସ୍ପରରୁ ଡେଟ୍ କରୁଛନ୍ତି। ଦୁହିଁଙ୍କର ସମ୍ପର୍କ ବିଷୟରେ ଜାଣିବା ପାଇଁ ସୋଶାଲ ମିଡିଆରେ ଫ୍ୟାନଙ୍କ ମଧ୍ୟରେ ବି ଉତ୍ସାହ ବଢ଼ିବାରେ ଲାଗିଛି।
ସୋମବାର କିଆରା ତାଙ୍କ ଫିଲ୍ମ ‘ଇନ୍ଦୁ କି ଜୱାନୀ’ର ଟ୍ରେଲର ରିଲିଜ୍ ହେବା ନେଇ ଟ୍ୱିଟ୍ କରି ଫ୍ୟାନଙ୍କୁ ଜଣାଇଥିଲେ। ଏହି ଫିଲ୍ମରେ କିଆରାଙ୍କ କୋ-ଷ୍ଟାର ‘ଶେରଶାହ’ ଭାବରେ ସିଦ୍ଧାର୍ଥ ଅଭିନୟ କରିଛନ୍ତି। କିଆରାଙ୍କ ଟ୍ୱିଟ୍ ପରେ ସିଦ୍ଧାର୍ଥ ଟ୍ୱିଟ୍ କରି ଲେଖିଥିଲେ, ‘ଗାଜିଆବାଦର ଝିଅ ଇନ୍ଦୁ ଦେଖିବାକୁ ସୁନ୍ଦର ଲାଗୁଛନ୍ତି। ୧୧ ଡିସେମ୍ୱରକୁ ଅପେକ୍ଷା। ସିଦ୍ଧାର୍ଥଙ୍କର ଏହି ଟ୍ୱିଟ୍ ପରେ କିଆରା ମଧ୍ୟ ରିଟ୍ୱିଟ୍ କରିଲେଖିଛନ୍ତି, ‘ଇନ୍ଦୁ ମଧ୍ୟ ତୁମକୁ ଦେଖିବା ପାଇଁ ଅପେକ୍ଷା କରି ରହିଛି।’
Indoo looks forward to seeing you too 🤝 🤗 https://t.co/VMCvbK6pyS
— Kiara Advani (@advani_kiara) November 24, 2020
ସୋଶାଲ ମିଡିଆରେ ଦୁହିଁଙ୍କର ଏପରି କନଭରସେସନ୍କୁ ଦେଖିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର୍ ଧରିଛି।
କେବଳ ଏତିକି ନୁହେଁ କିଆରାଙ୍କ ୨୮ତମ ଜନ୍ମଦିନରେ ସିଦ୍ଧାର୍ଥ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ହାପି ବାର୍ଥଡେ ସନସାଇନ୍ ଗାର୍ଲ। ତୁମକୁ ବହୁତ ସାରା ଭଲପାଇବା। କିଆରା ମଧ୍ୟ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସିଦ୍ଧାର୍ଥଙ୍କୁ ଧନ୍ୟବାଦ ଜଣାଇଥିଲେ।
https://ift.tt/3fvb04K
ସୂଚନାଯୋଗ୍ୟ, ‘ଫିଲ୍ମ ଇନ୍ଦୁ କି ଜୱାନୀ’ରେ କିଆରାଙ୍କ ଚରିତ୍ରର ନାମ ରହିଛି ଇନ୍ଦୁ ଗୁପ୍ତା। ଯିଏ କି ଗାଜିଆବାଦରେ ରୁହନ୍ତି। ସ୍ମାର୍ଟଫୋନ୍ରେ ବିଭିନ୍ନ ଡେଟିଂ ଆପ୍ ବ୍ୟବହାର କରିବା ପରେ ପାକିସ୍ତାନର ଜଣେ ପୁଅ ସହିତ ଇନ୍ଦୁଙ୍କ ଦେଖା ହୁଏ। ଏହାପରଠାରୁ ହିଁ କାହାଣୀ ଆରମ୍ଭ ହୋଇଛି। ଫିଲ୍ମଟିରେ ଅବୀର ସେନଗୁପ୍ତା ନିର୍ଦ୍ଦେଶନା ଦେଇଛନ୍ତି। ଯାହାକି ଡିସେମ୍ୱର ୧୧ ତାରିଖରେ ସିନେମାଘରେ ରିଲିଜ୍ ହେବ।
The post ସିଦ୍ଧାର୍ଥଙ୍କୁ ଡେଟ୍ କରୁଛନ୍ତି କିଆରା ! appeared first on Odisha Reporter.
from Odisha Reporter https://ift.tt/2KEYzbm
No comments:
Post a Comment