୫ ଦିନ ହେଲାଣି ରାଜଧାନୀରେ ୧୦୦ରୁ ଅଧିକ ମୁଣ୍ଡ ନେଉଛି କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 24, 2020

୫ ଦିନ ହେଲାଣି ରାଜଧାନୀରେ ୧୦୦ରୁ ଅଧିକ ମୁଣ୍ଡ ନେଉଛି କରୋନା

ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ ବ୍ରେକ ଲାଗୁନାହିଁ। କ୍ରମାଗତ ୫ ଦିନ ପାଇଁ ଦିଲ୍ଲୀରେ ପ୍ରାଣଘାତୀ କରୋନା ଭାଇସର ୧୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଗତ ୨୪ ଘଣ୍ଟାରେ କରୋନା ଯୋଗୁ ୧୦୯ ଜଣଙ୍କ ଜୀବନ ଯିବାରୁ ରାଜଧାନୀରେ ମୋଟ ମୃତ୍ୟୁସଂଖ୍ୟା ୮,୬୨୧କୁ ବୃଦ୍ଧି ପାଇଛି।

ସେହିପରି ଗୋଟିଏ ଦିନରେ ଆଉ ୬,୨୨୪ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫,୪୦,୫୪୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କରୋନାରୁ ୪,୯୯୩ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଫଳରେ ଦିଲ୍ଲୀରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୯୩,୪୧୯ ହୋଇଯାଇଛି। ଦିଲ୍ଲୀ ଏବେ ୩୮,୫୦୧ ଆକ୍ଟିଭ କେସ ରହିଛି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଦିଲ୍ଲୀରେ କରୋନାର ଆରଟି ପିସିଆର ଟେଷ୍ଟ ସଂଖ୍ୟା ୨୪ ହଜାର ଛୁଇଁଛି। ୨୪ ଘଣ୍ଟାରେ ୬୧,୩୮୧ଟି ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୨୪ ହଜାର ନମୁନା ଆରଟି ପିସିଆର ଜରିଆରେ କରାଯାଇଥିବା ବେଳେ ୩୬,୭୭୯ଟି ନମୁନା ଆଣ୍ଟିଜେନ୍‌ କିଟ୍‌ ଦ୍ୱାରା କରାଯାଇଛି। ଦିଲ୍ଲୀରେ ପଜିଟିଭ ହାର ୧୦.୧୪%, ଆରୋଗ୍ୟ ହାର ୯୧.୨୮% ଓ ମୃତ୍ୟୁହାର ୧.୫୯% ରହିଛି।

The post ୫ ଦିନ ହେଲାଣି ରାଜଧାନୀରେ ୧୦୦ରୁ ଅଧିକ ମୁଣ୍ଡ ନେଉଛି କରୋନା appeared first on Odisha Reporter.



from Odisha Reporter https://ift.tt/37aBPaE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages