ସୁଶାନ୍ତ ମାମଲାରେ ବଦଳିଲା ଶେଖର ସୁମନଙ୍କ ସ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ସୁଶାନ୍ତ ମାମଲାରେ ବଦଳିଲା ଶେଖର ସୁମନଙ୍କ ସ୍ୱର

ମୁମ୍ୱାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୫ ମାସ ବିତି ଗଲାଣି । କିନ୍ତୁ ଏଯାଏଁ ତାଙ୍କ ମୃତ୍ୟୁ ଉପରୁ ପରଦା ହଟୁନି । ଏକଦା ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରିଥିବା ଅଭିନେତା ଶେଖର ସୁମନ ଏବେ ପୁଣି ଥରେ ମୁହଁ ଖୋଲିଛନ୍ତି । ପୂର୍ବରୁ ତଦନ୍ତ ମାମଲାକୁ ନେଇ ପ୍ରଶ୍ନ ଉଠାଇଥିବା ଶେଖରଙ୍କ ଏଥର କିନ୍ତୁ ସ୍ୱର ପରିବର୍ତ୍ତନ ହୋଇଯାଇଛି। ସେ ଟ୍ୱିଟ କରି ସୁଶାନ୍ତଙ୍କ ତଦନ୍ତ ମାମଲାରେ ସାମିଲ ଥିବା ସମସ୍ତ ସଂସ୍ଥାକୁ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି, “ସୁଶାନ୍ତ ମାମଲାରେ ତଦନ୍ତ କରୁଥିବା ସିବିଆଇ, ଇଡି ଏବଂ ଏନସିବି ବେଶ ଭଲ କାମ କରିଛନ୍ତି । ତଦନ୍ତ କରି ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛନ୍ତି । କିନ୍ତୁ ପ୍ରମାଣ ଅଭାବ ଯୋଗୁଁ ସେ ହାତ ବାନ୍ଧି ବସିଛନ୍ତି । ଏହି ମାମଲାରେ କେବଳ ଧୈର୍ଯ୍ୟ ରଖିବାକୁ ପଡିବ।”


ସୁଶାନ୍ତ ସିଂ ମାମଲାକୁ ସେ ଭୁଲି ନାହାନ୍ତି ବୋଲି ନିକଟରେ ଶେଖର ସୁମନ ଟ୍ୱିଟ କରି କହିଥିଲେ । ସେ ଏବେବି ଏହି ମାମଲାରେ କେତେବେଳେ କିଛି ନୂଆ ଅପଡେଟ୍ ଆସିବ ତାକୁ ଅପେକ୍ଷା କରିଛି ବୋଲି କହିଥିଲେ । କିନ୍ତୁ ଏବେ ଶେଖର ସୁମନ ଯେଉଁ ଟ୍ୱିଟ କରିଛନ୍ତି ସେଥିରେ ତାଙ୍କ ସ୍ୱର ପୁରା ବଦଳି ଯାଇଛି ।

ଅଭିନେତା ସୁଶାନ୍ତ ସିଂ ପ୍ରଥେମ ଆତ୍ମହତ୍ୟା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲେ । କିନ୍ତୁ ପରେ ଡ୍ରଗ୍ସ ଲିଙ୍କ କଥା ସାମ୍ନାକୁ ଆସିଥିଲା । ଏହାପରେ ପୁରା କେସ୍ ଓଲଟପାଲଟ ହୋଇଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଧୀରେ ଧୀରେ ଧିମେଇ ଯାଇଥିଲା । ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ୧୦ରୁ ୧୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ଏସବୁ ସତ୍ତ୍ୱେ ମଧ୍ୟ ଏଯଏଁ ସୁଶାନ୍ତ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରୁ ନାହିଁ ।

The post ସୁଶାନ୍ତ ମାମଲାରେ ବଦଳିଲା ଶେଖର ସୁମନଙ୍କ ସ୍ୱର appeared first on Odisha Reporter.



from Odisha Reporter https://ift.tt/3o2gMxZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages