ବିଜେଡିରୁ ବହିଷ୍କୃତ ହେବା ପରେ ଜବାବ ରଖିଲେ ପ୍ରଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ବିଜେଡିରୁ ବହିଷ୍କୃତ ହେବା ପରେ ଜବାବ ରଖିଲେ ପ୍ରଦୀପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜନ ବିରୋଧୀ କାର୍ଯ୍ୟ ପାଇଁ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଏହି ନିର୍ଦ୍ଦେଶ ଆସିବା ପରେ ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ କୌଣସି ଜନ ବିରୋଧୀ କାର୍ଯ୍ୟ କରି ନାହାନ୍ତି। ଦଳ ସ୍ପଷ୍ଟୀକରଣ ଦେଉ ଯେ ସେ କେଉଁ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି। ତା’ସହିତ ସେ କ’ଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି, ସାମ୍ବାଦିକମାନେ ଖୋଜି ବାହାର କରନ୍ତୁ ବୋଲି ବିଧାୟକ କହିଛନ୍ତି।

ଆଉ କ’ଣ କହିଛନ୍ତି ପଢ଼ନ୍ତୁ

  • ୧୫ଟି ବିଧାନସଭା ଆସନ ଦାୟିତ୍ୱରେ ଥିଲି, ୧୨ଟିରେ ଜିତାଇଲି। ଦଳର ପ୍ରାର୍ଥୀମାନଙ୍କୁ ପାଣ୍ଠି ମୋ ଜରିଆରେ ପ୍ରଦାନ କରାଯାଇଛି। ଯଦି କିଛି ତ୍ରୁଟି ରହିଛି, ତାହାର ପ୍ରମାଣ ଦିଅନ୍ତୁ।
  • ଗଞ୍ଜାମ ଜିଲ୍ଲାରୁ ବାଲି, ମୋରମ ଚାଲାଣ ପ୍ରସଙ୍ଗ ଉଠାଇଥିଲି। କୌଣସି ବାଲି ମାଫିଆ ଠାରୁ ମୁଁ ଟଙ୍କା ନେଇନି। ଏନେଇ ଚ୍ୟାଲେଞ୍ଜ କରୁଛି।
  • ଜିଲ୍ଲାରେ ୮୦ଟି ମଦ ଦୋକାନ ରହିଛି, କାହାଠୁ କିଛି ନେଇନି।
  • ମୋର ବ୍ୟକ୍ତିଗତ ସଂପତ୍ତି କେତେ ଆକଳନ କରାଯାଉ।
  • ହିଞ୍ଜିଳି ଦାୟିତ୍ୱରୁ ହଟାଇଥିଲେ ମୁଖ୍ୟମନ୍ତ୍ରୀ- ୨୦୧୨ରେ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ କାମ କରୁଥିଲି। ମାତ୍ର ସ୍ଥାନୀୟ ନିର୍ବାଚନ ପରେ ମୋତେ ଦାୟିତ୍ୱରୁ ହଟାଇ ଦିଆଗଲା। ମୋ ନାଁରେ କ୍ରିମିନାଲ ଅଭିଯୋଗ ଆଣି ଦାୟିତ୍ୱରୁ ହଟାଇଲେ। ମୋତେ କେବଳ ମୋ ନିର୍ବାଚନମଣ୍ଡଳୀ କଥା ବୁଝିବାକୁ କହିଲେ। ମୁଁ ଗୁଣ୍ଡା ନେଇ ହିଞ୍ଜିଳିରେ ଲୋକଙ୍କୁ ଡରାଇଥିଲି ବୋଲି ଅଭିଯୋଗ କଲେ। ଏସବୁ ସତ୍ତ୍ୱେ ୨୦୧୪ରେ ଟିକେଟ ଦେଲେ ଓ ପୁଣି ମନ୍ତ୍ରୀ କଲେ।
  • ଭେଟିଥିଲେ ବବି ଓ ଅଚ୍ୟୁତ– ଏହା ମଧ୍ୟରେ ଏବେ ଗୋଟିଏ ବଡ଼ ଘଟଣା ଘଟିଥିଲା। ମୋତେ ବିଶ୍ୱରଞ୍ଜନ ମହାନ୍ତି ସରକାର ଭାଙ୍ଗିବା ସମ୍ଭାବନା କଥା କହିଥିଲେ। ମୁଁ ଏନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଅବଗତ କରିଥିଲି। ଏହାପରେ ମୋ ଘରକୁ ବବି ଦାସ ଓ ଅଚ୍ୟୁତ ସାମନ୍ତ ଆସିଥିଲେ। କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଏପରି ଫୋନ୍ କରୁଛ ବୋଲି ତାଗିଦ୍ କରିଥିଲେ। ଏହାପରେ ଡିସେମ୍ବରରେ ଝିଅ ବାହାଘର ଅଛି କି ବୋଲି ପଚାରିଥିଲେ। ମୁଁ ବବିଙ୍କୁ କହିଥିଲି ଯଦି ଦଳ ଦରକାର କରୁନି ତା’ହେଲେ ରାଜନୀତି ଛାଡ଼ିଦେବି।

The post ବିଜେଡିରୁ ବହିଷ୍କୃତ ହେବା ପରେ ଜବାବ ରଖିଲେ ପ୍ରଦୀପ appeared first on Odisha Reporter.



from Odisha Reporter https://ift.tt/3lkCpYx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages