ସିଡନୀ: ଭାରତ ବିପକ୍ଷରେ ପୁଣି ଚମକିଛନ୍ତି ଷ୍ଟିଭ୍ ସ୍ମିଥ୍। ପ୍ରଥମ ଦିନିକିଆ ଭଳି ୨ୟ ମ୍ୟାଚରେ ମଧ୍ୟ ସ୍ମିଥଙ୍କ ବ୍ୟାଟରୁ ବାହାରିଛି ସେଞ୍ଚୁରୀ। ମାତ୍ର ୬୨ ବଲରେ ସ୍ମିଥ୍ କ୍ୟାରିୟରର ଏକାଦଶ ଦିନିକିଆ ଶତକ ମାରିଛନ୍ତି। ତାଙ୍କର ଏହି ଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ପୁଣି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି।
ତେବେ ଶତକ ମାରିବା ପରେ ସ୍ମିଥ୍ ନିଜ ୱିକେଟ୍ ହରାଇ ବସିଛନ୍ତି। ସେ ୬୪ ବଲରେ ୧୪ ଚୌକା ଓ ୪ ଛକା ସହ ୧୦୪ ରନ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଛନ୍ତି। ସ୍ମିଥ ତୃତୀୟ ୱିକେଟ୍ ପାଇଁ ମାର୍ନସ୍ ଲାବୁଶେନଙ୍କ ସହ ୧୩୬ ରନର ଭାଗିଦାରୀ କରିଛନ୍ତି। ଲାବୁଶେନ୍ ୩୯ ରନରେ ବ୍ୟାଟିଂ କରୁଛନ୍ତି।
ପୂର୍ବରୁ ଡେଭିଡ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚ ଅର୍ଦ୍ଧଶତକ ମାରି ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଥିଲେ। ୱାର୍ଣ୍ଣର୍ ୭୭ ବଲରେ ୭ ଚୌକା ଓ ୩ ଛକା ସହ ୮୩ ଏବଂ ଫିଞ୍ଚ୍ ୬୯ ବଲରେ ୬ ଚୌକା ଓ ୧ ଛକା ସହ ୬୦ ରନ୍ କରି ଆଉଟ୍ ହୋଇଛନ୍ତି।
The post ପୁଣି ଦମ୍ ଦେଖାଇଲେ ସ୍ମିଥ୍, ୬୨ ବଲ୍ରେ ମାରିଲେ ଶତକ appeared first on Odisha Reporter.
from Odisha Reporter https://ift.tt/2VbDA1F
No comments:
Post a Comment