ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସେ କହିଛନ୍ତି, “ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପଦକ୍ଷେପ ନେଇଛନ୍ତି । ପରୀ ହତ୍ୟା ପ୍ରସଙ୍ଗରେ ଅନେକ କଥା ପଦାକୁ ଆସିପାରେ । ଆହୁରି ଗୁରୁତର ଏବଂ ସଙ୍ଗୀନ ଅପରାଧିକ ମାମଲା ରହିଛି । ଏହି ଘଟଣାକୁ ଚାପି ଦେବା ପାଇଁ ଏବଂ ନିଜ ଦୋଷ ଘୋଡାଇବାକୁ ଯାଇ ପ୍ରଦୀପ ପାଣିଗ୍ରାହୀଙ୍କୁ ନବୀନ ଦଳରୁ ବିଦା କରିଛନ୍ତି ।” ଝିଅ ବାହାଘରକୁ ନେଇ ପ୍ରଦୀପ ପାଣିଗ୍ରାହୀ କେଉଁ ଦୃଷ୍ଟିରୁ ଦୋଷୀ ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଛି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବିଦା କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍ରେ କୁହାଯାଇଛି।
ଅନ୍ୟପକ୍ଷରେ ପରୀ ପ୍ରସଙ୍ଗକୁ ନେଇ ଆଜି ବିଜେପି ପକ୍ଷରୁ ବିଧାନସଭାରେ ହୋହଲ୍ଲା ହଇଥିଲା । ଏପରିକି ଦଳୀୟ ବିଧାୟକମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ବିହଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ଫଳରେ ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖାଯାଇଥିଲା। ଏହା ପରେ ମଧ୍ୟ ବିଜେପି ବିଧାୟକମାନ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ୧୧ଟା ୩୦ ପରେ ପୁଣି ବିଧାନସଭା ଆରମ୍ଭ ହୋଇଥିଲେ ସୁଦ୍ଧା ବିରୋଧୀଙ୍କ ହଙ୍ଗାମା ଜାରି ରହିଥିଲା । ଏହାରି ଭିତରେ ଗୃହ ବ୍ୟୟ ମଂଜୁରୀ ବିଲ୍ ଆଗତ ହୋଇଛି । କିନ୍ତୁ ଆଲୋଚନା ଚାଲିଥିବା ବେଳେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବିଧାନସଭାକୁ ପୁଣି ୩ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।
The post ‘ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବାକୁ ଉଦ୍ୟମ’ appeared first on Odisha Reporter.
from Odisha Reporter https://ift.tt/2JpEwge
No comments:
Post a Comment