ହସ୍ପିଟାଲରେ ପଶି ଶବ ଖାଇଲା କୁକୁର, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ହସ୍ପିଟାଲରେ ପଶି ଶବ ଖାଇଲା କୁକୁର, ଦେଖନ୍ତୁ ଭିଡିଓ

ସମ୍ବଲ: ଉତ୍ତର ପ୍ରଦେଶର ସମ୍ବଲ ସ୍ଥିତ ଏକ ସରକାରୀ ହସ୍ପିଟାଲରୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଗୋଟିଏ ବୁଲା କୁକୁର ଷ୍ଟ୍ରେଚର୍‌ରେ ଘୋଡ଼ା ଯାଇଥିବା ଶବକୁ ଖାଉଥିବା ଦୃଶ୍ୟ ରହିଛି। ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଏହାକୁ ଘୋର ନିନ୍ଦା କରିଛନ୍ତି।

ଗୁରୁବାର ସଡ଼କ ଦୁର୍ଘଟଣା ପରେ ଜଣେ ଝିଅଙ୍କୁ ସମ୍ବଲ ସ୍ଥିତ ସରକାର ହସ୍ପିଟାଲକୁ ଅଣା ଯାଇଥିଲା। ତେବେ ଏଠାରେ ସେ ପ୍ରାଣ ହରାଇଥିଲେ। ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଗୋଟିଏ ଷ୍ଟ୍ରେଚର୍‌ରେ ଏହାକୁ ଘୋଡ଼ାଇ ଦେଇ ଚାଲି ଯାଇଥିଲେ। ଶବଟି ଏଭଳି ଅବସ୍ଥାରେ ରହିଥିବା ବେଳେ ଗୋଟିଏ ବୁଲ କୁକୁର ଆସି ସେଠାରେ ପହଞ୍ଚିଥିଲା।

ସେ ଷ୍ଟ୍ରେଚ୍‌ରେ ଥିବା ଶବକୁ ଶୁଙ୍ଘିବା ସହ ଏହାକୁ ଜିଭରେ ଚାଟି ଚାଟି ଖାଇଥିଲା। ୨୦ ସେକେଣ୍ଡର ଭିଡିଓରେ ପୂରା ଘଟଣାର ଦୃଶ୍ୟ ରହିଛି। ଘଟଣାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ବିବାଦ ଘେରକୁ ଚାଲି ଆସିଛନ୍ତି। ପୀଡ଼ିତାଙ୍କ ପରିବାର ଲୋକ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ଘଟଣା ଘଟିଛି ବୋଲି କହିଛନ୍ତି।


ପ୍ରାଣ ହରାଇଥିବା ଝିଅର ବାପା କହିଛନ୍ତି, “ଆମେ ଝିଅକୁ ହସ୍ପିଟାଲ ଆଣିଥିଲେ ହେଁ ଦୀର୍ଘ ଦେଢ଼ ଘଣ୍ଟା କାଳ କେହି ବି ଏହାକୁ ଦେଖି ନଥିଲେ। ଶେଷରେ ମୋ ଝିଅ ମରିବା ପରେ ମଧ୍ୟ ତା’କୁ ସମ୍ମାନ ମିଳିଲା ନାହିଁ। ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଭାବେ ଦାୟୀ।”

ହସ୍ପିଟାଲରେ ଦୀର୍ଘ ଦିନ ହେଲା ବୁଲା କୁକୁରଙ୍କ ସମସ୍ୟା ଲାଗି ରହିଥିବା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ବୁଲା କୁକୁର ସମସ୍ୟା ସମ୍ପର୍କରେ ସ୍ଥାନୀୟ ପୌର ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ହେଁ ସେମାନେ କୌଣସି ପଦକ୍ଷେପ ନେଉ ନଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

The post ହସ୍ପିଟାଲରେ ପଶି ଶବ ଖାଇଲା କୁକୁର, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/2V4ENYz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages