ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କରୋନାରେ ସଂକ୍ରମିତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କରୋନାରେ ସଂକ୍ରମିତ!

ଜେନେଭା: ବିଶ୍ୱରେ କରୋନା ସଂକ୍ରମଣ ଉପରେ ନଜର ରଖିଥିବା ଏବଂ ବିଶ୍ୱବାସୀଙ୍କୁ କରୋନାର ଗତି ବାବଦରେ ପରାମର୍ଶ ଦେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଏବେ ନିଜକୁ ସଂଗରୋଧରେ ରଖିଛନ୍ତି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ନିଜକୁ ସଂଗରୋଧରେ ରହିଥିବା ଟ୍ୱିଟ୍ କରି କହିଛନ୍ତି।

ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଏବେ ସେ ସୁସ୍ଥ ରହିଛନ୍ତି। ହେଲେ କରୋନାର ସମସ୍ତ ପ୍ରୋଟୋକଲ ମାନିବେ ବୋଲି କହିଛନ୍ତି। ଘରୁ ରହି ସମସ୍ତ କାମ କରିବେ ବୋଲି ଟ୍ୱିଟ୍ ଜରିଆରେ କହିଛନ୍ତି ଟେଡରୋସ।

ସାରା ବିଶ୍ୱରେ କରୋନା ଏବେ ବି ସକ୍ରିୟ ରହିଛି। ନ୍ୟୁଜିଲାଣ୍ଡ, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଭଳି ଦେଶରେ କରୋନାର ଦୌରାତ୍ମ୍ୟ କିଛି ଦିନ ତଳେ କମିଯାଇଥିଲା। ହେଲେ ଏବେ ଶୀତର ଆଗମାନରେ ପୁଣିଥରେ ଏହି ଦେଶରେ କରୋନାର ପ୍ରାଦୁର୍ଭାବ ବଢ଼ିଛି। ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀରେ ଦ୍ୱିତୀୟ ଥର ପାଇଁ ଲକଡାଉନ୍ ଘୋଷଣା ହୋଇଛି। ଏଯାବତ ସାରା ବିଶ୍ୱରେ ୪୬ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିବା ପରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି।

The post ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କରୋନାରେ ସଂକ୍ରମିତ! appeared first on Odisha Reporter.



from Odisha Reporter https://ift.tt/2GoYerC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages