ପିଶାଚ ବାପା; ନିଜ ଝିଅକୁ ପୋଡ଼ି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

ପିଶାଚ ବାପା; ନିଜ ଝିଅକୁ ପୋଡ଼ି ଦେଲା

ବଲାଙ୍ଗିର(ଘଟେଶ୍ୱର ମିଶ୍ର) : ସମାଜର ସବୁ ଝଡ଼ଝଞ୍ଜାରୁ ନିଜ ପିଲାଙ୍କୁ ରକ୍ଷା କରିବା ନିମନ୍ତେ ସବୁବେଳେ ପାଚେରି ପରି ଛିଡ଼ା ହୋଇଥାଏ ବାପା। ହେଲେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ବାପା ନାମରେ କଳଙ୍କ ଜଣେ ବ୍ୟକ୍ତି ନିଜ ଝିଅକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ନାବାଳିକା ସୂର୍ଯ୍ୟକାନ୍ତୀ ନାଗ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଘର ଭିତରୁ ସୁର୍ଯ୍ୟକାନ୍ତୀଙ୍କ ଚିତ୍କାର ଶୁଣି ଡେବ୍ରିପାଲି ଗାଁ ଲୋକେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ।  ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।  ସୂର୍ଯ୍ୟକାନ୍ତୀଙ୍କ ବାପା ଅରକ୍ଷିତ ନାଗ ହିଁ କିରାସିନି ଢାଳି ଝିଅକୁ ପୋଡ଼ି ଦେଇଥିବା ତାଙ୍କ ମାମୁ ବେଲପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ମାମୁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଅରକ୍ଷିତ ଦୁଇ ଥର ବିବାହ କରିଥିଲେ। ସୂର୍ଯ୍ୟକାନ୍ତୀ ହେଉଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ । ସେ ଛୋଟ ସମୟରୁ ମାମୁ ଘରେ ରହୁଥିଲେ । ଗତ କିଛି ମାସ ହେଲା ଗାଁରେ ବୈଠକ ପରେ ନିଜ ଘରକୁ ଫେରିଥିଲେ।   କିନ୍ତୁ ଅରକ୍ଷିତ ଝିଅକୁ ଘରେ ରଖିବାକୁ ଚାହୁଁନଥିଲେ । ତେଣୁ ସେ  ହିଁ ନିଜ ଝିଅକୁ ହତ୍ୟା ଉଦ୍ୟମ କରିଥିବା ମାମୁ ଘର ଲୋକେ ଅଭିଯୋଗ କରିଛନ୍ତି ।

ପୁଲିସ୍‌ ଏହି ଘଟଣାର  ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ କାହାକୁ ଗିରଫ କରି ନାହିଁ।

 

The post ପିଶାଚ ବାପା; ନିଜ ଝିଅକୁ ପୋଡ଼ି ଦେଲା appeared first on Odisha Reporter.



from Odisha Reporter https://ift.tt/35XhQgt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages