ବରଗଡ଼ (ଦୀପକ ଶର୍ମା): ବରଗଡ଼ ହସ୍ପିଟାଲର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ରୋଗୀ। କିନ୍ତୁ ଜଳିଗଲା ବହୁ ମେଡିସିନ ଓ ସାଲାଇନ।
ଗତ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଉପର ମହଲାରେ ଥିବା ପେଡିଆଟିକ ୱାର୍ଡରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ରୋଗୀମାନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହସ୍ପିଟାଲର ଲକ୍ଷାଧିକ ଟଙ୍କାର ମେଡିସିନ, ସାଲାଇନ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ତାହା ଜଣାପଡ଼ି ନାହିଁ।
ହସ୍ପିଟାଲର ଉପର ମହଲାରେ ଥିବା ପେଡିଆଟିକ ୱାର୍ଡ ବନ୍ଦ ଥିବାରୁ ତଳେ ରୋଗୀଙ୍କ ଚିକିତ୍ସା କରାଯାଉଛି। ପେଡିଆଟିକ୍ ୱାର୍ଡରେ କେବଳ ହସ୍ପିଟାଲରେ ବ୍ୟବହୃତ ହେଉଥିବା ସାମ୍ରଗୀ ରଖାଯାଇଥିଲା ବୋଲି ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି।
The post ବରଗଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ appeared first on Odisha Reporter.
from Odisha Reporter https://ift.tt/2UQVE0Z
No comments:
Post a Comment