ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଆଉ ଏକ ସାଇବର ଥାନା ଉଦଘାଟିତ ହୋଇଛି। ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନାକୁ ଉଦ୍ଘାଟନ କରିଛନ୍ତି ପୁଲିସ ଡିଜି ଅଭୟ। ଏହାକୁ ମିଶାଇ ରାଜ୍ୟରେ ଏବେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ହୋଇଛି। କଟକରେ ଥିବା ସାଇବର ଥାନା ମଧ୍ୟ ଭୁବନେଶ୍ୱରରୁ ଅପରେଟ ହେବ।
ତେବେ ସାଇବର ମାମଲା ତୁଳନାରେ ଦକ୍ଷତାର ଅଭାବ ରହୁଛି, ତେଣୁ ସାଇବର ଥାନା ମାଧ୍ୟମରେ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି ଡିଜିପି କହିଛନ୍ତି। ପ୍ରତି ଥାନାରେ ସାଇବର କ୍ରାଇମ୍ ସମ୍ପର୍କିତ ଜ୍ଞାନ ଥିବା ଜଣେ କର୍ମଚାରୀ ରହିବେ ଏବଂ ଏହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ଡିଜିପି କହିଛନ୍ତି।
The post ରାଜଧାନୀରେ ସାଇବର ଥାନା ଉଦ୍ଘାଟିତ appeared first on Odisha Reporter.
from Odisha Reporter https://ift.tt/35U2h7Y
No comments:
Post a Comment