ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି। ଏହି ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ୭୮ଟି ଆସନ ପାଇଁ ୧,୨୦୪ ଜଣ ପ୍ରାର୍ଥୀ ହୋଇଥିବା ବେଳେ ସେମାନଙ୍କ ଭାଗ୍ୟ ଆଜି ଇଭିଏମ୍ରେ ସିଲ୍ ହୋଇଯିବ। ଏହି ପର୍ଯ୍ୟାୟରେ ୨.୩୪ କୋଟି ଭୋଟର ଥିବା ବେଳେ ସକାଳ ୯ଟା ସୁଦ୍ଧା ୭.୭୦% ଭୋଟ୍ ପଡ଼ିଥିଲା। ସେହିଭଳି ୧୦ଟା ସୁଦ୍ଧା ଭୋଟ୍ ହାର ୮.୧୩% ରହିଥିଲା।
ଏହି ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟରମାନେ ନିର୍ଦ୍ଧାରଣ କରିବେ ସେମାନଙ୍କ ମଧ୍ୟରେ ଅଛନ୍ତି ସ୍ୱର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସଂପର୍କୀୟ ଭାଇ ତଥା ବିଜେପି ନେତା ନିରଜ କୁମାର ସିଂହ, କଂଗ୍ରେସ ନେତା ସୁଭାସିନୀ ଶରଦ ଯାଦବ (ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଝିଅ) ଓ ଜେଡିୟୁ ନେତା ବିଜୟ କୁମାର ଚୌଧୁରୀ।
୭୮ଟି ବିଧାନସଭା ଆସନ ସହିତ ବାଲ୍ମିକୀ ନଗର ଲୋକସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହେଉଛି। ଜେଡିୟୁ ସାଂସଦ ବୈଦ୍ୟନାଥ ମାହାତୋଙ୍କ ପରଲୋକ ପରେ ଏହି ଆସନରେ ଉପ-ନିର୍ବାଚନ କରାଯାଉଛି।
ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଏକ ନୂଆ ରେକର୍ଡ ସ୍ଥାପନ କରିବାକୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟର ମାନଙ୍କୁ ଅପିଲ୍ କରିଥିଲେ।
ସୂଚନାଯୋଗ୍ୟ, ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ରହିଛି। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ।
The post ବିହାରରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ appeared first on Odisha Reporter.
from Odisha Reporter https://ift.tt/3k2NzAF
No comments:
Post a Comment