ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଆଜି କଳାହାଣ୍ଡି ଜିଲ୍ଲା ଆମପାଣି ବୁଢାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ । କଳାହାଣ୍ଡି ଓ ନଵରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳେ କୁମାର ପୂର୍ଣ୍ଣିମା ପର ଶନିବାର ଏହି ପର୍ଵକୁ ଜିଲ୍ଲାବାସୀ ଧୁମଧାମର ସହ ପାଳନ କରିଥାନ୍ତି। ମା’ ମାଣିକେଶ୍ୱରୀଙ୍କ ପାର୍ଶ୍ଵ ଦେଵତା ଭାବରେ ପୂଜା ପାଇଥାନ୍ତି ଵୁଢାରଜା । ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।
ଆଜି ସକାଳ ୬ଟାରୁ ଆସନ୍ତା କାଲି ଦିନ ୧୦ ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ବିଗତ ବର୍ଷ ଏହି ପର୍ବ ପାଇଁ ନାହିଁ ନଥିବା ଭିଡ ହୋଇଥିଲା। ହେଲେ ଚଳିତ ବର୍ଷ ମାତ୍ର ୫୦ ଜଣଙ୍କ ସମାଗମରେ ଆୟୋଜିତ ହେବ ଏହି ପର୍ବ। ବିଧିରକ୍ଷା ପାଇଁ ପାଳିତ ହେଵ ଏହି ପର୍ଵ ।
The post ଆଜି ବୁଢାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ, ୧୪୪ ଧାରା ଜାରି appeared first on Odisha Reporter.
from Odisha Reporter https://ift.tt/2JzPwI3
No comments:
Post a Comment