ଜଣେ ନେତାଙ୍କ ପୁଅ ତାଙ୍କ ବାପାଙ୍କୁ କହିଲେ, ବାପା ମୋତେ ରାଜନୀତିକୁ ଆସିବାର ଅଛି। ମୋତେ କିଛି ଟିପ୍ସ ଦିଅନ୍ତୁ।
ନେତା : ପୁଅ ଠିକ୍ ଅଛି ଯେ ରାଜନୀତିର ତିନୋଟି କଠୋର ନିୟମ ରହିଛି। ଚାଲ୍ ମୁଁ ତୋତେ ପ୍ରଥମ ନିୟମ ବିଷୟରେ ବୁଝାଉଛି।
ଏକଥା କହି ନେତା ଜଣକ ତାଙ୍କ ପୁଅକୁ ଛାତ ଉପରକୁ ପଠାଇଦେଲେ ଏବଂ ନିଜେ ତଳେ ଛିଡ଼ା ହେଲେ।
ନେତା : ପୁଅ ତଳକୁ ଡେଇଁପଡ଼।
ପୁଅ : ବାପା ଏତେ ଉପରୁ ଡେଇଁବି ତ ହାତ ଗୋଡ଼ ଭାଙ୍ଗିଯିବ।
ନେତା : ତୁ ନିର୍ଭୟରେ ଡେଇଁପଡ଼। ମୁଁ ଅଛି ନା ତତେ ଧରି ପକେଇବି।
ନେତାଙ୍କ ପୁଅ ସାହସ କରି ତଳକୁ ଡେଇଁ ପଡ଼ିଲା ସିନା କିନ୍ତୁ ନେତା ପୁଅକୁ ନଧରି ତାଙ୍କ ସ୍ଥାନରୁ ହଟିଗଲେ।
ପୁଅ ତଳେ ପଡ଼ି ହାତ ଗୋଡ଼ ଖଣ୍ଡିଆ ହେବା ପରେ କହିଲା, ବାପା ତୁମେ ତ କହିଥିଲ ମୋତେ ଧରିନେବ। ତେବେ ହଟିଗଲ କାହିଁକି ?
ନେତା : ପୁଅ ରାଜନୀତିର ଏହା ହେଉଛି ପ୍ରଥମ ନିୟମ ନିଜ ବାପା ଉପରେ ବି ବିଶ୍ୱାସ କରିବୁ ନାହିଁ।
The post ବାପା ମୁଁ ରାଜନୀତିକୁ ଆସିବି appeared first on Odisha Reporter.
from Odisha Reporter https://ift.tt/2HwOo7o
No comments:
Post a Comment