ବୁଲେଟ୍‌ ଟ୍ରେନ୍‌ ପାଇଁ ୨୪ ହଜାର କୋଟିର ରେକର୍ଡ ଚୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ବୁଲେଟ୍‌ ଟ୍ରେନ୍‌ ପାଇଁ ୨୪ ହଜାର କୋଟିର ରେକର୍ଡ ଚୁକ୍ତି

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବୁଲେଟ୍‌ ଟ୍ରେନ୍‌ ପାଇଁ ପୁଣିଥରେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଦି ନ୍ୟାଶନାଲ ହାଇସ୍ପିଡ ରେଲ କର୍ପୋରେସନ( ଏନଏଚଏସଆରସିଏଲ) ଗୁରୁବାର ଅହମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ ପ୍ରକଳ୍ପ ପାଇଁ ଇନଫ୍ରାଷ୍ଟ୍ରକଚର ମେଜର ଲାରସେନ ଆଣ୍ଡ ଟୁବ୍ରୋ(ଏଲ ଆଣ୍ଡ ଟି) ସହ ୨୪ ହଜାର କୋଟି ଟଙ୍କାର ଚୁକ୍ତି କରିଛି।

ବୁଲେଟ୍‌ ଟ୍ରେନ୍‌ ନିର୍ମାଣ କରିବାକୁ ଥିବା କମ୍ପାନୀ ମଧ୍ୟ ଗ୍ରାଉଣ୍ଡ ଲେଭଲରେ କାମ ଆରମ୍ଭ କରିବା ପାଇଁ ଲୋକଙ୍କୁ ନିୟୋଜିତ କରିଥିବା କହିଛି। ଗୁଜରାଟରୁ ଏଲଆଣ୍ଡ ଟି ପର୍ଯ୍ୟନ୍ତ ଦୀର୍ଘ ୩୨୫ କିମି କାମର ଦାୟିତ୍ୱ ଏନଏଚଏସଆରସିଏଲ ପାଇଛି। ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ଗୁଜରାଟ ଓ ମହାରାଷ୍ଟ୍ରରେ ସ୍ଥାନ ଚିହ୍ନଟ ହୋଇଛି।

ମହାରାଷ୍ଟ୍ର ସରକାର ପ୍ରକଳ୍ପ ପାଇଁ ସ୍ଥାନ ଦେବା ପୂର୍ବରୁ ଗୁଜରାଟ୍‌ରେ ଏହାର କାମ ସାରିବାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ସରକାର ଏଯାଏ ବୁଲେଟ୍‌ ଟ୍ରେନ୍‌ ପାଇଁ ଜମି ଦେଇ ନଥିବା ଜଣାପଡ଼ିଛି। ଏଥିପାଇଁ ଅପେକ୍ଷା କଲେ, ପ୍ରକଳ୍ପ ସରିବାରେ ବିଳମ୍ବ ହେବାର ଆଶଙ୍କା ରହିଛି। ତେଣୁ ଗୁଜରାଟରେ ଏହାର କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ବର୍ତ୍ତମାନ ଅର୍ଥନୀତିକ ଅଭିବୃଦ୍ଧି ନିହାତି ଜରୁରୀ। ଏସବୁ ଭିତରେ ଏଭଳି ଏକ ବିଶାଳ ପ୍ରକଳ୍ପ ପାଇଁ ଅନୁମତି ଦିଆଯିବା ଭଲ କଥା। ଏହି ପ୍ରକଳ୍ପ ଦ୍ୱାରା କେବଳ ଜାପାନିଜ ଟେକ୍ନୋଲଜି ଭାରତ ଆସିବ ନାହିଁ, ବରଂ ଏହାର କରିଡର ଦ୍ୱାରା ସହାରାଞ୍ଚଳର ବିକାଶ ମଧ୍ୟ ହେବ ବୋଲି ଭାରତରେ ଅବସ୍ଥାପିତ ଜାପାନ ଆମ୍ବାସାଡାର ସତୋଶି ସୁଜୁକି କହିଛନ୍ତି।

ରେଳବାଇ ବୋର୍ଡ ସିଇଓ ଏବଂ ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି, ପ୍ରଥମ ବୁଲେଟ୍‌ ଟ୍ରେନ୍‌ର ପ୍ରକଳ୍ପ କାମ ଶେଷ ହେବା ପରେ ସରକାର ଏଭଳି ୭ଟି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ପାଇଁ କରିଡର ତିଆରି କରିବେ।

The post ବୁଲେଟ୍‌ ଟ୍ରେନ୍‌ ପାଇଁ ୨୪ ହଜାର କୋଟିର ରେକର୍ଡ ଚୁକ୍ତି appeared first on Odisha Reporter.



from Odisha Reporter https://ift.tt/3mcIG9R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages