୨୫ ବର୍ଷ ପରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

୨୫ ବର୍ଷ ପରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ  । ରତ୍ନ ସିଂହାସଂନରେ ନାଗାର୍ଜୁନ ବେଶ ଲାଗି ସମସ୍ତ ଆଭୁଷଣ ପହଞ୍ଚିବା ପରେ ବେଶ ନୀତି ଆରମ୍ଭ ହୋଇଛି  । ସକାଳ ୭ଟାରୁ ଆରମ୍ଭ ହୋଇଛି ଦୁର୍ଲଭ ନାଗାର୍ଜୁନ ବେଶ। ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ସଜେଇ ହେଉଛନ୍ତି । ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଉଛନ୍ତି ଜଗାବଳିଆ । ଦୁଇ ଠାକୁରଙ୍କ ମସ୍ତକରେ ଶୋଭିତ ହେବ ହାଣ୍ଡିଆ।  ଉଭୟ ଧାରଣ କରିବେ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ।

ଦୀର୍ଘ ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସମୟ ମୁତାବକ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା ନୀତିକାନ୍ତି। ବିଧି ମୁତାବକ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ବେଶ ପ୍ରସ୍ତୁତ କରିଥିବା ଚକ୍ରକୋଟ ଖୁଣ୍ଟିଆଙ୍କ ଘରେ ଆଭୁଷଣଗୁଡିକର ପୂଜାର୍ଚ୍ଚନା କରାଯାଇଥିଲା । ସମସ୍ତ ଆଭୁଷଣ ଗୁଡିକର ପୂଜାର୍ଚ୍ଚନା ପରେ ସଂସ୍କାର କରାଯାଇଥିଲା । ଆଭୁଷଣଗୁଡିକର ବରୁଣ ପୁଜା କରାଯିବା ସହ ପୁଷ୍ପାଞ୍ଜଳି ଦିଆଯାଇ ବନ୍ଦାପନା କରାଯାଇଥିଲା । ରୁଦ୍ଧଦ୍ୱାରରେ ହୋଇଥିଲା ମହାପ୍ରଭୁଙ୍କ ଆଭୁଷଣର ବନ୍ଦାପନା । ବନ୍ଦାପନା ଶେଷ ହେବା ପରେ ଘଣ୍ଟଘଣ୍ଟା, କାହାଳି ଓ ବିଜୟ ତୁରୀର ତାଳେ ତାଳେ ଶ୍ରୀମନ୍ଦିରକୁ ଶୋଭାଯାତ୍ରାରେ ବାହାରିଥିଲା ମହାପ୍ରଭୁଙ୍କ ଆଭୂଷଣ।

The post ୨୫ ବର୍ଷ ପରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ appeared first on Odisha Reporter.



from Odisha Reporter https://ift.tt/3690CfT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages