ନୂଆଦିଲ୍ଲୀ: ଚାଇନା ସହିତ ଭାରତର ତିକ୍ତତା ଜାରି ରହିଛି। ଏହାରି ଭିତରେ ଆଜି ଦୁଇ ଦେଶର ମୁଖିଆ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବ୍ରିକ୍ସ ସମ୍ମିଳନୀ ଅବସରରେ ଆୟୋଜିତ ଭିଡିଓ କନଫରେନ୍ସିଂ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସି ଜିଙ୍ଗ୍ ପିଙ୍ଗ୍ ଯୋଗ ଦେବେ।
ଏହି ସମ୍ମିଳନୀରେ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ଏବଂ କରୋନା ମହାମାରୀ ଦ୍ୱାର ହୋଇଥିବା କ୍ଷତିର କ୍ଷତିପୂରଣ ଉପରେ ଆଲୋଚନା ହେବ। ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ୍, ବ୍ରାଜିଲର ରାଷ୍ଟ୍ରପତି ବୋଲସନାରୋ ଏବଂ ଋଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ମଧ୍ୟ ଏହା ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ନିକଟରେ ମୋଦି ଏବଂ ଜିଙ୍ଗ୍ ପିଙ୍ଗ୍ ଏସସିଓ ବୈଠକରେ ଭିଡିଓ କନଫରେନସିଂ ମାଧ୍ୟମରେ ମୁହାଁମୁହିଁ ହୋଇଥିଲେ।
ଛଅ ମାସ ହେବ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଉପୁଜିଥିବା ସ୍ଥିତିର ସମାଧାନ ପାଇଁ ସାମରିକ ବୈଠକ ହେଉଛି। ହେଲେ ତୃଣମୂଳ ସ୍ତରରେ ଏହାର କୌଣସି ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି। ତେଣୁ ଏହି ଦୁଇ ନେତା ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁନିଆକୁ କି ବାର୍ତ୍ତା ଦେଉଛନ୍ତି ଏହା ଉପରେ ସମସ୍ତଙ୍କ ନଜର ରହିଛି।
ବ୍ରିକ୍ସ କଣ?
ବ୍ରିକ୍ସ ହେଉଛି ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ଏକ ଗୋଷ୍ଠୀ। 2009 ରେ ପ୍ରତିଷ୍ଠା ହୋଇଥିଲା ଏହି ଦେଶ। ଏବେ 5 ସଦସ୍ୟ ଦେଶ ରହିଛନ୍ତି ଏହି ଗୋଷ୍ଠୀରେ। 2010ରେ ଦକ୍ଷିଣ ଆଫ୍ରିକା ଏଥିରେ ସାମିଲ୍ ହୋଇଥିଲା। ଏହା ପୂର୍ବରୁ ଏହା ‘ବ୍ରିକ’ ଭାବରେ ପରିଚିତ ଥିଲା। ଋଷିଆକୁ ଛାଡ଼ିଦେଲେ ଅନ୍ୟ ଚାରି ଦେଶ ବିକାଶଶୀଳ ଦେଶ। ଯେଉଁମାନଙ୍କର ଅର୍ଥନୀତି ଦ୍ରୁତ ଗତିରେ ବଢ଼ୁଛି।
The post ତିକ୍ତତା ଭିତରେ ପୁଣିଥରେ ପରସ୍ପରକୁ ଭେଟିବେ ମୋଦି-ଜିନପିଙ୍ଗ୍ appeared first on Odisha Reporter.
from Odisha Reporter https://ift.tt/3kLrqHv
No comments:
Post a Comment