ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଏକର ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ପୋଡ଼ି ନଷ୍ଟ କରି ଦେଇଛନ୍ତି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୭ କୋଟି ୨୮ ଲକ୍ଷ ଟଙ୍କା ହେବ।
ମିଳିଥିବା ସୂଚନା ଅନୁସାରେ, ବାଘମାରି ପଞ୍ଚାୟତର ବୁଡୁଣୀ ଓ କାଦମୁଳି ଅଞ୍ଚଳରେ ପ୍ରାୟ ୮୬ ଏକର ଜଙ୍ଗଲ ଜମିରେ ଗଂଜେଇ ଚାଷ ହୋଇଥିବା ପୁଲିସ ଖବର ପାଇଥିଲା। ଗତକାଲି ପୁଲିସ ଟିମ୍ ଓ ଅବକାରୀ ବିଭାଗ ଚଢଉ କରି ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ଦେଇଥିଲା। ଏହି ଅଭିଯାନ ଆଗକୁ ଚାଲୁ ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
The post ୮୬ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/339NIwj
No comments:
Post a Comment