ସୋନପୁର(ରବୀନ୍ଦ୍ର ଦାସ): – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ଉଲୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ଗତ ଏକ ସପ୍ତାହ ହେଲା ଏହି ଦାବିରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।ଏହାସତ୍ତ୍ୱେ ଏନେଇ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମଞ୍ଚ।
ଏହାକୁ ସମର୍ଥନ ଜଣାଇ ଆଜି ଉଲୁଣ୍ଡା ସଦର ମହକୁମାର ସମସ୍ତ ଦୋକାନ ବଜାର,ସରକାରୀ ବେସରକାରୀ ପ୍ରତିଷ୍ଠାନ ଏବଂ ବ୍ୟାଙ୍କ ବନ୍ଦ ରହିଛି। ସେହିପରି ସୋନପୁର ସମ୍ୱଲପୁର ରାସ୍ତାରେ ଉଲୁଣ୍ଡା ଦେଇ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପୂର୍ବରୁ ମଧ୍ୟ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ସେତେବେଳେ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।
ଦୀର୍ଘ ବର୍ଷ ପରେ ବି ଦାବୀ ପୂରଣ ନହେବାରୁ ଏବେ ପୁନର୍ବାର ଆନ୍ଦୋଳନ କରାଯାଉଛି। ଆଗକୁ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତବାନୀ ଦେଇଛନ୍ତି ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା।
The post ଆଜି ୧୨ ଘଣ୍ଟା ବନ୍ଦ ରହିବ ଏହି ସହର appeared first on Odisha Reporter.
from Odisha Reporter https://ift.tt/33azHhX
No comments:
Post a Comment