ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ବ୍ୟବହାର କରିଥିବା ଶବ୍ଦକୁ ନେଇ ଆଜି ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ତାଙ୍କୁ କଟାକ୍ଷ କରିଛନ୍ତି। ଦୀର୍ଘ ୧୧ ମାସ ତଳେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଗ୍ରେଟା ଆରମ୍ଭ କରିଥିବା ଅଭିଯାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରି କି ଟାଇମ୍ସ ମାଗାଜିନରେ ଗ୍ରେଟା ସ୍ଥାନ ପାଇଥିଲେ। ତେବେ ଏହି ସମୟରେ ଟ୍ରମ୍ପ ତାଙ୍କୁ କଟାକ୍ଷ କରି ବିଭିନ୍ନ ପ୍ରକାରର ଶବ୍ଦ ପ୍ରୟୋଗ କରିଥିଲେ।
ଏବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପରାଜୟର ଦ୍ୱାରଦେଶରେ ଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଏଥିସହ ସେ ଡେମୋକ୍ରାଟ ଦଳ ଭୋଟ ଗଣତିରେ ହେରଫେର କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ଗତକାଲି ଟ୍ରମ୍ପ ଟ୍ୱିଟ କରି ଷ୍ଟପ ଦ କାଉଣ୍ଟ ବା ଭୋଟ ଗଣତି ବନ୍ଦ କର ବୋଲି କହିଥିଲେ।
So ridiculous. Donald must work on his Anger Management problem, then go to a good old fashioned movie with a friend! Chill Donald, Chill! https://t.co/4RNVBqRYBA
— Greta Thunberg (@GretaThunberg) November 5, 2020
ଏହା ଉପରେ ପ୍ରତିକ୍ରିୟା ରଖି ଗ୍ରେଟା କହିଛନ୍ତି, “ବହୁତ ହାସ୍ୟାସ୍ପଦ। ଡୋନାଲ୍ଡ ତାଙ୍କ ରାଗ ମ୍ୟାନେଜମେଣ୍ଟ ସମସ୍ୟା ଉପରେ କାମ କରିବା ଦରକାର। ଏହାପରେ ସେ ଗୋଟିଏ ଭଲ ଫିଲ୍ମ ଦେଖିବାକୁ ନିଜ ସାଙ୍ଗ ସହ ଯାଆନ୍ତୁ। ଚିଲ୍ ଡୋନାଲ୍ଡ ଚିଲ୍।”
୨୦୧୯ରେ ଗ୍ରେଟାଙ୍କ ଟାଇମ୍ସ ମାଗାଜିନର ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଏହାକୁ ଦେଖି ଟ୍ରମ୍ପ ତାଙ୍କୁ ତାଚ୍ଛଲ୍ୟ କରିଥିଲେ। ଟ୍ରମ୍ପ ଟ୍ୱିଟ କରି କହିଥିଲେ ଯେ “ବହୁତ ହାସ୍ୟାସ୍ପଦ। ଗ୍ରେଟା ତାଙ୍କ ରାଗ ମ୍ୟାନେଜମେଣ୍ଟ ସମସ୍ୟା ଉପରେ କାମ କରିବା ଦରକାର। ଏହାପରେ ସେ ଗୋଟିଏ ଭଲ ଫିଲ୍ମ ଦେଖିବାକୁ ନିଜ ସାଙ୍ଗ ସହ ଯାଆନ୍ତୁ। ଚିଲ୍ ଗ୍ରେଟା ଚିଲ୍।” ଏବେ ସମାନ ଶବ୍ଦ ପ୍ରୟୋଗ କରି ଗ୍ରେଟା ତାଙ୍କୁ କଟାକ୍ଷ କରିଛନ୍ତି।
how it started: how it’s going: pic.twitter.com/VbyeDWPSsl
— CoffeeMaestro (@coffeemaestro_) November 5, 2020
ଗ୍ରେଟାଙ୍କ ଟ୍ୱିଟ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଟ୍ରମ୍ପଙ୍କ ଟ୍ୱିଟ ତୁଳନାରେ ଗ୍ରେଟାଙ୍କ ଟ୍ୱିଟକୁ ଲକ୍ଷାଧିକ ଲୋକ ଲାଇକ ଓ ରି-ଟ୍ୱିଟ କରୁଛନ୍ତି।
The post “ଚିଲ୍ ଡୋନାଲ୍ଡ ଚିଲ୍”: ଟ୍ରମ୍ପଙ୍କୁ ତାଙ୍କରି ଶବ୍ଦରେ କଟାକ୍ଷ କଲେ ଗ୍ରେଟା appeared first on Odisha Reporter.
from Odisha Reporter https://ift.tt/38fjiMH
No comments:
Post a Comment