ନୂଆଦିଲ୍ଲୀ: କଂଗ୍ରେସ ନେତାଙ୍କ ବାବଦରେ ମନ୍ତବ୍ୟ ଦେବା ପୂର୍ବରୁ ଦୁଇଥର ଭାବିବା ଉଚିତ୍। ନଚେତ୍ ଦଳର ମୁଖିଆ ସୋନିଆ ଗାନ୍ଧୀଙ୍କୁ ଫୋନ୍ କରି ନହେଲେ ସାମ୍ନାସାମ୍ନି ହୋଇ ମତାମତ ନେବା ଦରକାର। ରାହୁଲ ଗାନ୍ଧୀଙ୍କ ବାବଦରେ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଏଭଳି ପରାମର୍ଶ ଦେବା ସହିତ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗର କଂଗ୍ରେସ ନେତା ତଥା ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ।
ନିକଟରେ ବାରାକ୍ ଓବାମା ନିଜ ଆତ୍ମଜୀବନୀ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ପୁସ୍ତକରେ ଲେଖିଛନ୍ତି। ଯାହାର ସମୀକ୍ଷା ବା ରିଭ୍ୟୁ ନ୍ୟୁୟର୍କ ଟାଇମ୍ସ ଦ୍ୱାରା କରାଯାଇଛି। ଯେଉଁଥିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି।
ଓବାମା ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ବହୁତ ବିଚଳିତ (ନର୍ଭସ) ଏବଂ ଅପରିପକ୍ୱ ବ୍ୟକ୍ତିତ୍ୱ। ଯିଏକି ସ୍କୁଲରେ ପାଠ ପଢ଼ି ସାରିଛନ୍ତି। ହେଲେ ଏହି ପାଠକୁ ଆୟତ୍ତ କରିବା ପାଇଁ ଆବଶ୍ୟକ ଉତ୍ସାହ ରାହୁଲଙ୍କ ପାଖରେ ନାହିଁ। ସେହିପରି ପାଠ ପଢ଼ିଛନ୍ତି ହେଲେ ଶିକ୍ଷକଙ୍କୁ ପ୍ରଭାବିତ ବା ଇମ୍ପ୍ରେସ କରିବା ପାଇଁ ଯୋଗ୍ୟତା ରଖି ନାହାନ୍ତି। ଅର୍ଥାତ୍ ଦକ୍ଷତା ଏବଂ ଉତ୍ସାହର ଅଭାବ ରହିଛି ବୋଲି ବାରାକ ଓବାମା ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ପୁସ୍ତକରେ ଲେଖିଛନ୍ତି।
Mr @BarackObama, I may suggest you to interact with our beloved leader @RahulGandhi Ji on any relevant issues of d world either physically or virtually before hurling any churlish comments so tht you would hv d opportunity to realise the traits & attributes of a personality
(1/2)— Adhir Chowdhury (@adhirrcinc) November 14, 2020
ଓବାମାଙ୍କ ଏହି ମନ୍ତବ୍ୟ ପରେ ବିଜେପି ମଧ୍ୟ ତାଙ୍କୁ ଛିଗୁଲେଇବା ଆରମ୍ଭ କରିଛି। ଅନ୍ୟପଟେ କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା ଏ ବାବଦରେ ଟ୍ୱିଟ୍ କରି କହିଥିଲେ, ଜଣେ ବ୍ୟକ୍ତିଗତ ଲୋକଙ୍କର ମତ ଉପରେ କଂଗ୍ରେସ ମତ ରଖିବାକୁ ଚାହେଁନି। ମିଡିଆ ଜାଣିଶୁଣି ଓବାମାଙ୍କ ମନ୍ତବ୍ୟକୁ ଅତିରଞ୍ଜିତ କରୁଛି ବୋଲି ସେ କହିଥିଲେ।
ତେବେ ଶନିବାର କିନ୍ତୁ କଂଗ୍ରେସ ନେତା ଅଧୀର ରଞ୍ଜନ ଟ୍ୱିଟ୍ କରି କହିଛନ୍ତି, ଓବାମା ଏଭଳି ମନ୍ତବ୍ୟ ଦେବାରୁ ନିବୃତ ରହିବା ଦରକାର।
The post ବାରାକ ଓବାମାଙ୍କୁ କଡ଼ା ସମାଲୋଚନା କଲେ କଂଗ୍ରେସ ନେତା ଅଧୀର ରଞ୍ଜନ appeared first on Odisha Reporter.
from Odisha Reporter https://ift.tt/3kvRhmA
No comments:
Post a Comment