ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏନେଇ ଗୃହମନ୍ତ୍ରୀ ଅମିତ ଶାହ ଆଜି ଜରୁରୀ ବୈଠକ ଡକାଇଛନ୍ତି। ଏଥିରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏବଂ ଉପରାଜ୍ୟପାଳ ଅନିଲ ବୈଜଲ ଉପସ୍ଥିତ ରହିବେ।
ସୂତ୍ର ଅନୁସାରେ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି। ଗୃହମନ୍ତ୍ରୀଙ୍କ ଉତ୍ତର ବ୍ଲକସ୍ଥିତ କାର୍ଯ୍ୟାଳୟରେ ଏହି ବୈଠକ ଆୟୋଜନ କରାଯାଇଛି। ଦିଲ୍ଲୀରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ଅମିତ ଶାହା ଚିନ୍ତା ପ୍ରକଟ କରିଛନ୍ତି ବୋଲି କୁହାଯାଉଛି।
ଦିଲ୍ଲୀରେ କରୋନା ଭୂତାଣୁ ସ୍ଥିତିକୁ ନେଇ ଗତ କିଛି ମାସ ହେଲା ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକାଧିକ ଥର ସାକ୍ଷାତ୍ କରି ଆଲୋଚନା କରିସାରିଲେଣି। 12 ଦିନ ପୂର୍ବରୁ ଦିଲ୍ଲୀରେ କୋଭିଡ୍ ସଂକ୍ରମିତ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି। କେବଳ ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ବି ଦିଲ୍ଲୀରେ ବୃଦ୍ଧି ପାଇଛି। ତେବେ ଏହାକୁ କରୋନାର ତୃତୀୟ ପର୍ଯ୍ୟାୟ ବୋଲି କୁହାଯାଉଛି।
The post ଦିଲ୍ଲୀରେ କୋଭିଡ୍ ସ୍ଥିତିକୁ ନେଇ ଜରୁରୀ ବୈଠକ ଡକାଇଲେ ଗୃହମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/38KsFUI
No comments:
Post a Comment