ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କଲେ ଟ୍ରମ୍ପ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 14, 2020

ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କଲେ ଟ୍ରମ୍ପ ଦମ୍ପତି

ଓ୍ୱାଶିଂଟନ: ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ଦେଶ ଉତ୍ସାହିତ ଥିବା ବେଳେ ଆମେରିକା ମଧ୍ୟ ଏଥିରୁ ବାଦ୍ ଯାଇନଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ପଙ୍କ ସହ ହ୍ୱାଇଟ୍ ହାଉସରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଶନିବାର ଦୀପାବଳି ଅବସରରେ ଟ୍ରମ୍ପ ଦମ୍ପତି ଦୀପ ଜଳାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟ୍ରମ୍ପ ଏବଂ ମେଲାନିୟା ସମସ୍ତଙ୍କୁ ଆଲୋକର ପର୍ବ ଦୀପାବଳି ଅବସରରେ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି, ଏହି ମହାପର୍ବରେ ବନ୍ଧୁ, ପଡ଼ୋଶୀ ତଥା ପ୍ରିୟଜନମାନେ ଏକାଠି ହୁଅନ୍ତି। ଏହା ଖରାପ ଉପରେ ଭଲର ବିଜୟର ଉତ୍ସବ। ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନତା ଉପରେ ଜ୍ଞାନର ବିଜୟର ସୂଚକ। ଏହି ପର୍ବରେ ଘରେ, କର୍ମସ୍ଥଳ, ପୂଜାସ୍ଥଳ ଆଦିରେ ଦୀପ ପ୍ରଜ୍ୱଳିତ କରାଯାଇଥାଏ। ଏହି ମହାପର୍ବର ଉତ୍ତପ୍ତତା ଆମକୁ ସେହି ବିଶ୍ୱାସ ଓ ଭକ୍ତିକୁ ମନେପକାଇ ଦିଏ, ଯାହା ଆମ ଜୀବନର ବିଶ୍ୱାସ ଓ ପରମ୍ପରାର ମୂଳ ଅଟେ ବୋଲି ଟ୍ରମ୍ପ ଦମ୍ପତି କହିଛନ୍ତି।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଏକ ଅବିଶ୍ୱସନୀୟ ରାଷ୍ଚ୍ର ଅଟେ। ଆଉ ମୁଁ ମୋର ପ୍ରଶାସନର କାର୍ଯ୍ୟ ପାଇଁ ଗର୍ବିତ, ଯାହା ଆମେରିକୀୟମାନଙ୍କ ସାମ୍ବିଧାନିକ ଅଧିକାରକୁ ରକ୍ଷା କରିଥାଏ ଏବଂ ସେମାନଙ୍କ ବିବେକ ଅନୁଯାୟୀ ଜୀବନଯାପନ କରିବା ଓ ପୂଜା କରିବାର ଅଧିକାରକୁ ସୁରକ୍ଷା ଦେଇଥାଏ। ଏବେ ଯେଉଁଠି ବି କୌଣସି ଆମେରିକୀୟ ଦୀପାବଳି ପାଳନ କରିବାକୁ ଦୀପ ଜାଳୁଛନ୍ତି। ଆମ ଦେଶ ସମସ୍ତ ଲୋକଙ୍କୁ ଧାର୍ମିକ ସ୍ୱତନ୍ତ୍ରତାର ପ୍ରତୀକ ଭାବରେ ଉଜ୍ୱଳ କରୁଛି ବୋଲି ସେ କହିଛନ୍ତି।

ସେ ପୁଣି କହିଛନ୍ତି, ବିଶେଷକରି ଏହି ବର୍ଷ ଆମ ବନ୍ଧୁ ଏବଂ ପରିବାରକୁ ସମର୍ଥନ କରିଥିବାକୁ ଆମେ ଧନ୍ୟବାଦ ଦେବାକୁ ଚାହୁଁଛୁ। ଫାର୍ଷ୍ଟ ଲେଡି ମେଲାନିୟା ଟ୍ରମ୍ପ ଏବଂ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସାରା ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଖୁସି କାମନା କରୁଛୁ। ସେମାନଙ୍କୁ ଦୀପାବଳିର ଶୁଭେଚ୍ଛା ସହ ଏକ ନୂଆ ଆରମ୍ଭର କାମନା କରୁଛୁ ବୋଲି ଟ୍ରମ୍ପ କହିଛନ୍ତି।

The post ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କଲେ ଟ୍ରମ୍ପ ଦମ୍ପତି appeared first on Odisha Reporter.



from Odisha Reporter https://ift.tt/2IDnbR5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages