ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ବୈଠକ ସକାଳ ୧୧ଟାରେ ବସିବ। ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ, ସେ ନେଇ ଏହି ବୈଠକରେ ଆଲୋଚନା ହେବ।
ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ, ସେ ନେଇ ମତାମତ ନିଆଯିବ। ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ। ଏଥର ବି ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ।
ଶୀତକାଳୀନ ଅଧିବେଶନ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ପୂର୍ବରୁ ହେବ ବୋଲି ବାଚସ୍ପତି ସୂଚନା ଦେଇଥିଲେ। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା। କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ୍ ୨୦ ଦିନ ଗୃହ କାର୍ଯ୍ୟ ଚାଲିଥିଲା। ତେଣୁ ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ଯ୍ୟ ବସିବାକୁ ବାକି ରହିଛି। ହେଲେ କେବେ ଅଧିବେଶନ ବସିବ, ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ।
The post ୧୮ରେ ସର୍ବଦଳୀୟ ବୈଠକ appeared first on Odisha Reporter.
from Odisha Reporter https://ift.tt/35yAFWM
No comments:
Post a Comment