ଉର୍ବଶୀଙ୍କ ଭିଡିଓ ଭାଇରାଲ, ସମସ୍ତେ ପ୍ରଶଂସା କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ଉର୍ବଶୀଙ୍କ ଭିଡିଓ ଭାଇରାଲ, ସମସ୍ତେ ପ୍ରଶଂସା କଲେ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ସୋଶାଲ୍ ମିଡିଆରେ ବହୁତ ଆକ୍ଟିଭ୍ ରହନ୍ତି। ବିଭିନ୍ନ ସମୟରେ ସେ ନିଜର ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରନ୍ତି। ସେଗୁଡ଼ିକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଲାଇକ୍ କରିବା ସହିତ କମେଣ୍ଟ ମଧ୍ୟ ଦିଅନ୍‌। ଗତକାଲି ମଧ୍ୟ ଉର୍ବଶୀ ଦୁଇଟି ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

ଏହି ଭିଡିଓରେ ଉର୍ବଶୀ ‘ଦ ଫ୍ଲାଇଂ ଶିଖ୍‌’ ନାଁରେ ପରିଚିତ ମିଲ୍‌ଖା ସିଂହଙ୍କ ପାଦ ଛୁଇଁ ଆର୍ଶୀବାଦ ନେଉଥିବା ଦେଖିବାକୁ ମିଳିଛି। ପାଦ ଛୁଇଁବା ପରେ ସେ ମିଲ୍‌ଖା ସିଂହଙ୍କ ସହିତ ଫଟୋ ଉଠାଇଥିବା ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓଟିକୁ ଶେଆର କରି ଉର୍ବଶୀ ଲେଖିଛନ୍ତି ଯେ ମିଲ୍‌ଖା ସିଂହ ସାର୍‌ଙ୍କ ଭଳି ମହାନ ବ୍ୟକ୍ତିଙ୍କୁ ଭେଟି ସେ ଚମତ୍କାର ଓ ଅବିଶ୍ୱସନୀୟ ଅନୁଭବ ପାଇଛନ୍ତି।
ମିଲ୍‌ଖା ସିଂହଙ୍କ ସହିତ ବିମାନବନ୍ଦରରେ ଉର୍ବଶୀଙ୍କର ହଠାତ୍ ଦେଖା ହୋଇଥିଲା। ଭିଡିଓରେ ଉର୍ବଶୀଙ୍କର ବିନମ୍ରତାକୁ ଦେଖି ଲୋକେ ବେଶ୍ ପ୍ରଶଂସା କରୁଛନ୍ତି।

ସୂଚନାଯୋଗ୍ୟ, ଶେଷଥର ପାଇଁ ଫିଲ୍ମ ‘ଭର୍ଜିନ୍ ଭାନୁପ୍ରିୟା’ରେ ଉର୍ବଶୀଙ୍କୁ ଦେଖିବାକୁ ମିଳିଥିଲା। ଏବେ ସେ ତେଲୁଗୁ ଫିଲ୍ମ ‘ବ୍ଲାକ୍ ରୋଜ୍’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

The post ଉର୍ବଶୀଙ୍କ ଭିଡିଓ ଭାଇରାଲ, ସମସ୍ତେ ପ୍ରଶଂସା କଲେ appeared first on Odisha Reporter.



from Odisha Reporter https://ift.tt/38WtTfO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages