ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ନୂଆ ନିୟମ ବଳରେ ଭାରତକୁ ହଟାଇ ଶୀର୍ଷରେ ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ନୂଆ ନିୟମ ବଳରେ ଭାରତକୁ ହଟାଇ ଶୀର୍ଷରେ ଅଷ୍ଟ୍ରେଲିଆ

ଦୁବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲିଷ୍ଟ ପାଇଁ ନୂଆ ନିୟମ ଲାଗୁ କରିଛି ଆଇସିସି। କେବଳ ପଏଣ୍ଟ ନୁହେଁ ବରଂ ପ୍ରତିଶତ ପଏଣ୍ଟ ଆଧାରରେ କିଏ ଫାଇନାଲ ଖେଳିବ, ତା’ର ନିଷ୍ପତ୍ତି ନିଆଯିବ। ସେହିପରି ରାଙ୍କିଙ୍ଗ ମଧ୍ୟ ସେହି ଆଧାରରେ କରାଯିବ। ପୂର୍ବତନ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେଙ୍କ ନେତୃତ୍ୱରେ ଗଠିତ ଆଇସିସିର କ୍ରିକେଟ କମିଟିର ସୁପାରିସ ଆଧାରରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି।

ନୂଆ ନିୟମ ଲାଗୁ ହେବା ପରେ ପୂର୍ବରୁ ଶୀର୍ଷ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆକୁ ପଛରେ ପକାଇ ଟିମ୍‌ ଅଷ୍ଟ୍ରେଲିଆ ୧ନଂ ସ୍ଥାନ ଦଖଲ କରିନେଇଛି। ବାସ୍ତବରେ ପଏଣ୍ଟ କଥାକୁ ବିଚାରକୁ ନେଲେ ଅଷ୍ଟ୍ରେଲିଆ ତୁଳନାରେ ଭାରତ ଯଥେଷ୍ଟ ଆଗରେ ରହିଛି। କିନ୍ତୁ ପ୍ରତିଶତ ପଏଣ୍ଟ ଦେଖିଲେ ଅଷ୍ଟ୍ରେଲିଆର ପଲ୍ଲାଭାରି ରହିଛି।

ଅଷ୍ଟ୍ରେଲିଆ ଏଯାଏ ୩ଟି ଟେଷ୍ଟ ଚାମ୍ପିୟନଶିପ ଖେଳି ୨୯୬ ପଏଣ୍ଟ ପାଇଥିବା ବେଳେ ଭାରତ ୪ଟି ସିରିଜ୍‌ ଖେଳି ୩୬୦ ପଏଣ୍ଟ ପାଇଛି। ତେବେ ଅଷ୍ଟ୍ରେଲିଆର ପରସେଣ୍ଟେଜ ଅଫ ପଏଣ୍ଟ ବା ପ୍ରତିଶତ ପଏଣ୍ଟ ୮୨.୨ ଥିବା ବେଳେ ଭାରତର ୭୫% ରହିଛି। ଏହି କାରଣରୁ ଅଷ୍ଟ୍ରେଲିଆ ଏବେ ଟେଷ୍ଟ ଚାମ୍ପିୟନଶିପ୍‌ର ୧ନଂ ସ୍ଥାନକୁ ଚାଲି ଯାଇଛି।

ଅଷ୍ଟ୍ରେଲିଆ ଓ ଭାରତ ପରେ ଇଂଲଣ୍ଡ(୬୦.୮) ଓ ନ୍ୟୁଜିଲ୍ୟାଣ୍ଡ(୫୦.୦) ଯଥାକ୍ରମେ ତୃତୀୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି। କରୋନା ଯୋଗୁ କ୍ରିକେଟ ସିରିଜ୍‌ ପ୍ରଭାବିତ ହୋଇଥିବାରୁ ଆଇସିସିର କ୍ରିକେଟ କମିଟି ଏଭଳି ବ୍ୟବସ୍ଥା ଲାଗୁ କରିଥିବା କୁହାଯାଇଛି।

ତେବେ ପ୍ରତିଶତ ପଏଣ୍ଟ କେଉଁ ଆଧାରରେ ହୁଏ ଆସନ୍ତୁ ଜାଣିବା-

ଟେଷ୍ଟ ଚାମ୍ପିୟନଶିପ୍‌ର ନିୟମ ଅନୁଯାୟୀ, ଗୋଟିଏ ମ୍ୟାଚ୍‌ରେ ବିଜୟ ପାଇଁ ୩୦, ଟାଇ ହେଲେ ୧୫ ଓ ଡ୍ର ହେଲେ ୧୦ ପଏଣ୍ଟ ମିଳିବ। ଭାରତ ଏଯାଏ ୪ଟି ଟେଷ୍ଟ ସିରିଜ୍‌ ଖେଳିଛି। ଏହାର ଅର୍ଥ ଭାରତ ମୋଟ ୪୮୦ ପଏଣ୍ଟ ପାଇଁ ଲଢ଼େଇ କରି ୩୬୦ ପଏଣ୍ଟ ପାଇଛି। ଭାରତ ମ୍ୟାଚ୍‌ ଜିତିଥିଲେ ହେଁ ଦଳର ପ୍ରତିଶତ ପଏଣ୍ଟ ହେଉଛି ୭୫।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କଥା ବିଚାରକୁ ନେଲେ, ଦଳ ୩ଟି ସିରିଜ୍‌ରେ ୩୬୦ ପଏଣ୍ଟ ପାଇଁ ଲଢ଼େଇ କରି ୨୯୬ ପଏଣ୍ଟ ପାଇଛି। ତେଣୁ ଦଳର ପ୍ରତିଶତ ପଏଣ୍ଟ ହେଉଛି ୮୨.୨।

The post ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ନୂଆ ନିୟମ ବଳରେ ଭାରତକୁ ହଟାଇ ଶୀର୍ଷରେ ଅଷ୍ଟ୍ରେଲିଆ appeared first on Odisha Reporter.



from Odisha Reporter https://ift.tt/392EQwi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages