‘ପଠାନ’ର ଶୁଟିଂ ଆରମ୍ଭ କଲେ ଶାହାରୁଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 18, 2020

‘ପଠାନ’ର ଶୁଟିଂ ଆରମ୍ଭ କଲେ ଶାହାରୁଖ

ମୁମ୍ବାଇ: କିଛିଦିନ ହେବ ବଲିଉଡ୍‌ର କିଙ୍ଗଖାନଙ୍କ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚା ଚାଲିଛି। ଦୀର୍ଘ ୨ ବର୍ଷ ପରେ ଶାହାରୁଖ ପରଦାକୁ ଫେରୁଥିବାରୁ ତାଙ୍କ ଫ୍ୟାନମାନେ ବେଶ୍ ଉତ୍ସାହିତ ଅଛନ୍ତି। କୁହାଯାଉଛି ଯେ ଏହା ବଲିଉଡ୍‌ର ସବୁଠୁ ହାଇ ବଜେଟ୍ ଫିଲ୍ମ ହେବ। ଶାହାରୁଖ ଏହାର ଶୁଟିଂ ବି ଆରମ୍ଭ କରିଦେଲେଣି।

ଦୀର୍ଘଦିନର ଅପେକ୍ଷା ପରେ ଶାହାରୁଖ ପରଦାକୁ ପେରୁଥିବାରୁ ତାଙ୍କ ଫ୍ୟାନ୍‌ମାନେ ବହୁତ ଭାବପ୍ରବଣ ହୋଇପଡ଼ିଛନ୍ତି। ସମସ୍ତେ ତାଙ୍କୁ ଶ୍ରେଷ୍ଠ ଅଭିନେତାର ଆଖ୍ୟା ଦେଇ ଭିନ୍ନ ଭିନ୍ନ ପୋଷ୍ଟ କରୁଛନ୍ତି ଓ ତାଙ୍କ ଫିଲ୍ମକୁ ବ୍ଲକବଷ୍ଟର କରିବା ପାଇଁ ଲାଗିପଡ଼ିଛନ୍ତି। ଜଣେ ପ୍ୟାନ୍ ଲେଖିଛନ୍ତି, ‘୮୮୧ ଦିନ/ ୨୧,୧୪୪ ଘଣ୍ଟା/ ୧୨,୬୮,୬୪୦ ମିନିଟ୍/ ୭,୬୧, ୧୮୪୦୦ ସେକେଣ୍ଡ ପରେ ଶାହାରୁଖ ପୁଣି ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି।’ ଆଉ କିଛି ଫ୍ୟାନ୍ ଅଛନ୍ତି ଯେଉଁମାନେ ଶାହାରୁଖଙ୍କୁ ସିଧାସଳଖ ସିଂହ ସହିତ ତୁଳନା କରିଛନ୍ତି। ଅନ୍ୟଜଣେ ପ୍ରଶଂସକ ଏତେ ଭାବପ୍ରବଣ ହୋଇପଡ଼ିଛନ୍ତି ଯେ ସେ ‘ପଠାନ’ର ଶୁଟିଂ ଆରମ୍ଭହେବା ମାତ୍ରେ ହିଁ ଏହାକୁ ବଲିଉଡ୍‌ର ଏକ ନୂତନ ଯୁଗର ଆରମ୍ଭ ବୋଲି କହିଛନ୍ତି। ଶାହାରୁଖଙ୍କ ପାଇଁ ଏଭଳି ଦିୱାନ୍‌ଗି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଶୁଟିଂ ଆରମ୍ଭ ହେବା ମାତ୍ରେ ହିଁ ଏହା ଟ୍ୱିଟର୍‌ରେ ଟ୍ରେଣ୍ଡ କରିବାକୁ ଲାଗିଲାଣି।

ସୂଚନାଯୋଗ୍ୟ, ପଠାନ୍’ରେ ଶାହାରୁଖଙ୍କ ସହ ଜନ୍‌ ଅବ୍ରାହମ ଓ ଦୀପିକା ପାଦୁକୋନ ବି ଅଭିନୟ କରିବେ ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ଏଥିରେ ସଲମାନ ଖାନଙ୍କୁ ବି ଦେଖିବାକୁ ମିଳିବ। ତେବେ ତାଙ୍କୁ ଏଥିରେ ଅତିଥି କଳାକାର ଭୂମିକାରେ ଦେଖିବାକୁ ମିଳିବ। ‘ୱାର୍’ ଭଳି ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସିଦ୍ଧାର୍ଥ ଆନନ୍ଦ ଶାହାରୁଖଙ୍କ ‘ପଠାନ’ରେ ବି ନିର୍ଦ୍ଦେଶନା ଦେଉଛନ୍ତି।

 

 

The post ‘ପଠାନ’ର ଶୁଟିଂ ଆରମ୍ଭ କଲେ ଶାହାରୁଖ appeared first on Odisha Reporter.



from Odisha Reporter https://ift.tt/32XMJzv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages