ନୂଆଦିଲ୍ଲୀ: ଭାରତରେ ସୀମା ଡେଇଁ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିବା ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଖୋଲା ଚେତାବନୀ ଦେଇଛନ୍ତି। ଯଦି କୌଣସି ଆତଙ୍କବାଦୀ ସୀମା ଡେଇଁ ଭାରତରେ ଅନୁପ୍ରବେଶ କରେ, ତା’ହେଲେ ତା’କୁ ମରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଗୁରୁବାର ଜମ୍ମୁ-କଶ୍ମୀରର ନାଗ୍ରୋଟାରେ ସେନାର କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଏହି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଗୋଟିଏ ସେଓ ବୋଝେଇ ଟ୍ରକ୍ ଯୋଗେ ନାଗ୍ରୋଟାରେ ପହଞ୍ଚିଥିଲେ।
କିନ୍ତୁ ସୁରକ୍ଷାକର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ ଜୀବନ ଯାଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଜେନେରାଲ ନରୱାଣେ କହିଛନ୍ତି, ଯେଉଁମାନେ ଏଲଓସି ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବେ, ସେମାନଙ୍କ ଅବସ୍ଥା ଏଭଳି ହେବ। ସେମାନେ ଅନୁପ୍ରବେଶ କଲେ, ଆଉ ପଛକୁ ଫେରିପାରିବେ ନାହିଁ। ତେଣୁ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନେ ଅନୁପ୍ରବେଶ ପାଇଁ ଚେଷ୍ଟା କରିବା ପୂର୍ବରୁ ଏକଥାକୁ ନିଶ୍ଚିତ ମନେ ରଖିବା ଦରକାର।
ପ୍ରଣ୍ଟ ଲାଇନ ଅଞ୍ଚଳରେ ମୁତୟନ ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀର ଯବନାଙ୍କ ମିଳିତ ପ୍ରୟାସରେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସୁରକ୍ଷାକର୍ମୀମାନେ ବେଶ ସଫଳତାର ସହ ନାଗ୍ରୋଟା ଅପରେସନ ଶେଷ କରିଛନ୍ତି। ନିହତ ୪ ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ସଦସ୍ୟ ଥିଲେ। ସେମାନଙ୍କ ନିକଟରୁ ୧୧ଟି ଏକେ-୪୭ ରାଇଫଲ, ୩ଟି ପିସ୍ତଲ, ୨୯ଟି ଗ୍ରେନେଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
କଶ୍ମୀରରେ ବଡ଼ଧରଣର ହମଲା କରିବାକୁ ସେମାନେ ଅନୁପ୍ରବେଶ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଉଚିତ ପଦକ୍ଷେପ ଯୋଗୁ ଏହା ପଣ୍ଡ ହୋଇଯାଇଛି।
The post ଆତଙ୍କୀଙ୍କୁ ସେନାଧ୍ୟକ୍ଷଙ୍କ ଚେତାବନୀ, କହିଲେ ସୀମା ଡେଇଁଲେ ମରିବ appeared first on Odisha Reporter.
from Odisha Reporter https://ift.tt/2ULet5P
No comments:
Post a Comment